ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କ ପରଲୋକ

 ବେତନଟୀ : ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ଅଧିକାରୀ ତଥା କେସିପୁର ନିବାସୀ  ବ୍ରହ୍ମାନନ୍ଦ ମାଝୀ(୮୨) ଙ୍କର ପରଲୋକ ହୋଇଯାଇଛି । ସେ କିଛିଦିନ ହେବ ରୋଗଶଯ୍ୟାରେ ଥିଲେ । ସ୍ୱାସ୍ଥ୍ୟଅତ୍ୟାଧିକ ଖରାପ ହେବାରୁ ପରିବାର ଲୋକ ତାଙ୍କୁ ବାରିପଦା ପି.ଆର ଏମ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି । ମୃତୁ୍ୟ ଶଯ୍ୟାରେ ନିକଟରେ ତାଙ୍କର ପୁଅ ବୁଧୁରାମ ହାଁସଦା, କରୁଣାକର ହାଁସଦା ଏବଂ ଶିକ୍ଷକ ଭଣଜା  ବିଦ୍ୟାଧରସରେନ, ଅଧିକ୍ଷ ନବୋଦୟ ବିଦ୍ୟାଳୟ ସହିତ ଝିଅ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ । ଶ୍ରୀ ବ୍ରହ୍ମାନନ୍ଦ ମାଝୀଙ୍କର ମୃତୁ୍ୟରେ କୃଷ୍ଣଚନ୍ଦ୍ରପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।