ସତ୍ୟଜିତ ଗୋଚ୍ଛାୟତଙ୍କୁ ସମ୍ବର୍ଦ୍ଧନା 

ାା ପ୍ରଭାନୁ୍ୟଜ୍ ।ା ଭଣ୍ଡାରିପୋଖରୀ:  ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ସାଇକେଲ ଚାଳନା ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଚାମ୍ପିଅନ ହୋଇ ଜାତୀୟ ପ୍ରତିଯୋଗୀତାକୁ ମନୋନୀତ ହୋଇଥିବା ବାରିକପୁର ହାଇସ୍କୁଲ ୯ମ ଶ୍ରେଣୀ ଛାତ୍ର ସତ୍ୟଜିତ ଗୋଚ୍ଛାୟତଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଧାନଶିକ୍ଷୟିତ୍ରୀ ସୁଜାତା ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ପର୍ବରେ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର ତରାଇ ମୁଖ୍ୟଅତିଥି ଓ କ୍ରୀଡା ଶିକ୍ଷକ ଜିତେନ୍ଦ୍ର ସାହୁ ସତ୍ୟଜିତଙ୍କୁ ମେଡାଲ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଜାତୀୟ ପ୍ରତିଯୋଗୀତାର ସଫଳତା କାମନା କରିଥିଲେ । ଶିକ୍ଷା ଗ୍ରହଣ ସହ ସାଇକ୍ଲିଂକୁ ଅନ୍ୟତମ କ୍ୟାରିଅର ଭାବେ ଅଗ୍ରାଧିକାରୀ ଦେଇ ସତ୍ୟଜିତ ନିଜର ଏକନିଷ୍ଠ ସାଧନା ଜାରି ରଖଥିବାରୁ ସଫଳତା ଦିଗରେ ନିରନ୍ତର ଅଗ୍ରସର ହେଉଛନ୍ତି ବୋଲି ପିତା ସୁବାସ ଗୋଚ୍ଛାୟତ ଓ ବାରିକପୁର ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ଶ୍ରୀ ସାହୁଙ୍କ ପ୍ରକାଶ କରିଛନ୍ତି ।