ଅବ୍ୟବସ୍ଥା ଭିତରେ ଓଡ଼ିଶା ଆଦର୍ଶ ସ୍କୁଲ : ୬ ମାସ ହେବ ପିଲାଙ୍କୁ ମିଳିନି ଅଣ୍ଡା
ଗୋପ : ରାଜ୍ୟ ସରକାରଙ୍କ ପକ୍ଷରୁ ଅଙ୍ଗନବାଡି ଠାରୁ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛତ୍ର ଛାତ୍ରୀଙ୍କ ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ନିମନ୍ତେ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ଠାରୁ ଅଧିକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ।
ରାଜ୍ୟରେ ସମସ୍ତ ବିଦ୍ୟାଳୟ ଗୁଡିକ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଠାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ସ୍ଥଳେ, ଆଦର୍ଶ ବିଦ୍ୟାଳୟ ଗୁଡିକ ସମ୍ପୂ୬ର୍ଣ୍ଣ ଭିର୍ନ୍ନ ପରିଲକ୍ଷିତ ହେଉଛି । କାହିଁକି ନା ଗୋପ ବ୍ଲକ ପାଇଁ ଉଦ୍ଦିଷ୍ଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ତରଙ୍ଗୀରା ଠାରେ ନିର୍ମାଣ ହେବା ପ୍ରାୟ ୩ ବର୍ଷରୁ ଅଧିକ ହୋଇଯିବ । ଗତ କିଛି ମାସ ହେବ ମଧ୍ୟ୍ୟାହ୍ନ ଭୋଜନକୁ ନେଇ ଚର୍ଚ୍ଚରେ ରହୁଛି । ଗତ ମାସେ ହେବ ଶ୍ରେଣୀରେ ପିଲାଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିବାବେଳେ, ଏଥିପ୍ରତି କର୍ତ୍ତୃପକ୍ଷଙ୍କ କୌଣସି ଚିନ୍ତା ନାହିଁ । ପିଲାମାନେ କାହିଁକି ବିଦ୍ୟାଳୟକୁ ନିୟମିତ ଆସୁନାହାନ୍ତି ତାର ସଠିକ ଉତ୍ତର କାହାପାଖରେ ନାହିଁ । ବିଗତ ବର୍ଷ ନଭେମ୍ବର ମାସ ଠାରୁ ଉକ୍ତ ବିଦ୍ୟାଳୟରୁ ଅଣ୍ଡା ଉଭାନ ହୋଇଯାଇଛି । ଏ ସମ୍ପର୍କ ଅବିଭାବକ ପ୍ରଶ୍ନ କରିବାରୁ ଉତ୍ତର ମିଳେ ଆମ ପାଖକୁ ସେମିତି କୌଣସି ଲେଟର ଆସିନାହିଁ ପିଲାଙ୍କୁ ଅଣ୍ଡା ଦିଆଯିବ ବୋଲି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଉଛି ସମଗ୍ର ପୁରୀ ଜିଲ୍ଲାର ୧୧ ବ୍ଲକ ଶିକ୍ଷା ମଣ୍ଡଳ ଅଧିନସ୍ତ ସମସ୍ତ ବିଦ୍ୟାଳୟରେ ଏକ ମାସରୁ ଅଧିକ ସମୟ ହେବ ଅଣ୍ଡା ମିଳୁଥିବାବେଳେ, ଗୋପ ଆଦର୍ଶ ବିଦ୍ୟାଳୟରେ ପିଲାଙ୍କୁ ଅଣ୍ଡା କାହିଁକି ମିଳୁନି । ମୋଟାମୋଟି ଭାବେ କହିବାକୁ ଗଲେ ଓଡିଶା ଆଦର୍ଶ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ଠାରୁ ଊର୍ଦ୍ଧ୍ୱରେ ପରିଚାଳିତ ହେଉଛି । ଯଦିଓ ସ୍ଥାନୀୟ ବିଡିଓ ଉକ୍ତ ବିଦ୍ୟାଳୟର ଭାଇସ ଚ୍ୟାରମ୍ୟାନ କିନ୍ତୁ କୌଣସି ସମସ୍ୟାର ସମାଧାନ କ୍ଷେତ୍ରରେ ତାଙ୍କର କୌଣସି ଭୂମିକା ଦେଖାଯାଉନି । ବ୍ଲକ ଶିକ୍ଷା ଅଧିକାରୀଙ୍କ ମତରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଷ୍ଟାଫଙ୍କ ଦରମା ତାଙ୍କ ଠାରୁ ଅଧିକ ଏଣୁ ତାଙ୍କୁ ମୁ କିଛି କହିପାରିବି ନାହିଁ । ଜିଲ୍ଲାପାଳ ଅବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ ବୋଲି କହିଲେ । ଏଣୁ ଅଭିଭାବକଙ୍କ ପକ୍ଷରୁ ଦାବି କେବେ ମିଳିବ ଗୋପରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ପିଲାଙ୍କୁ ଅଣ୍ଡା ।