ଅଟଳ ଉତ୍ତରାଧିକାରୀ ସମ୍ମିଳନୀ

 କଟକ: ରତୀୟ ଜନତା ପାର୍ଟି କଟକ ଜିଲ୍ଲା ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ଅଟଳ ଉତ୍ତରାଧିକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ପ୍ରାସଙ୍ଗିକ ତଥ୍ୟ ଏବଂ ଦେଶର ସମୃଦ୍ଧି ଉପରେ ଆଲୋଚନା କରାଯାଇଥିଲା । ବିଜେପି ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରକାଶ ସେଠୀ, ପ୍ରବୋଧ ମିଶ୍ର, ନୟନ କିଶୋର ମହାନ୍ତି, ସଜ୍ଜନ ଶର୍ମା ଓ ଲଲାଟେନ୍ଦୁ ବଡ଼ୁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଷ୍ଟ୍ରର ବିକାଶ ଏବଂ ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବା ଦିଗରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ସେ ଏକାଧାରରେ ଜଣେ ରାଜନୈତିଜ୍ଞ ଓ ସାହିତି୍ୟକ ଭାବେ ପରିଚିତ ଥିଲେ । ତାଙ୍କର ବହୁ କବିତା ଦେଶାତ୍ମବୋଧକ ଆଧାରିତ । ଈଶ୍ୱର ଜଣେ ଶ୍ରେଷ୍ଠ ରାଜନୀତିଜ୍ଞ ଭାବେ ସେ ପରିଚିତ ଥିଲେ । ତାଙ୍କର ଆଦର୍ଶ ଓ ନୀତି ଯୋଗୁଁ ସେ ସବୁଦିନ ଚିରସ୍ମରଣୀୟ ରହିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଆଜିର ଦିବସ ତାଙ୍କର ନୀତି ଆଦର୍ଶକୁ ଅନୁକରଣ କଲେ ତାହା ହେବ ବାଜପେୟୀଙ୍କର ଉତ୍ତରାଧିକାରୀ ଭାବେ ନିଜକୁ ପରିଚୟ ଦେଇପାରିବେ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବାଜପେୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପିର ବହୁ ଦଳୀୟ କର୍ମୀମାନେ ଉପସ୍ଥିତ ରହି ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।