କାମରେ ଲାଗୁନି ମିଶନ ଶକ୍ତି ଗୃହ 

ଚନ୍ଦାହାଣ୍ଡି: ମହିଳା ସଶକ୍ତିକରଣ ଲକ୍ଷରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟକରି ମିଶନ ଶକ୍ତି ମହିଳାମାନଙ୍କ ପାଇଁ ଘର ନିର୍ମାଣ କରାଯାଇଥିଲା । ହେଲେ ତାହା କାମରେ ନ ଆସି ବର୍ତ୍ତମାନ ଅସାମାଜିକ ଯୁବକଙ୍କ ଆଡ୍ଡା ସ୍ଥଳି ପାଲଟିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚନ୍ଦାହାଣ୍ଡି ସଦର ଅଞ୍ଚଳରେ  । ମିଶନ ଶକ୍ତି ମହିଳାମାନଙ୍କ ନିମନ୍ତେ ସରକାରଙ୍କ ତରଫରୁ ୪୦ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା ମିଶନ ଶକ୍ତି କୋଠା କାମରେ ଲାଗୁନି  । ସୂଚନା ଅନୁସାରେ ସରକାର ପୂର୍ତ୍ତ ବିଭାଗ ତରଫରୁ ଗତ ୨୦୨୨ ରେ ୪୦ଲକ୍ଷ ଟଙ୍କା ବ୍ୟୟରେ କୋଠା ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା  । କୋଠା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଗୃହରେ ପାଣି ଓ ବିଦୁ୍ୟତ ସଂଯୋଗ ହାଇପାରିନାହିଁ  । ତେବେ ପାଣି ଏବଂ ବିଦୁ୍ୟତ୍ ସଂଯୋଗ ନଥିବାରୁ ସ୍ଥାନୀୟ ଶିଶୁ ବିକାଶ ଅଧିକାରିଣୀ ହସ୍ତାନ୍ତର ନେଉନଥିବା ଜଣାପଡିଛି  । ପ୍ରକାଶ ଥାଉକି ଲକ୍ଷାଧିକ ଟଙ୍କା ବ୍ୟୟରେ କୋଠା ନିର୍ମାଣ ପାଇଁ ଅଟକଳ ରହିଥିବାବେଳେ ବୋର ଖୋଲିବା ନିମନ୍ତେ ଏବଂ ବିଦୁ୍ୟତ ସଂଯୋଗ ନିମନ୍ତେ କୌଣସି ପ୍ରଭିଜନ ନଥିବା ଯୋଗୁଁ କୋଠା କାର୍ଯ୍ୟକ୍ଷମ ହୋଇ ପାରୁନି  । ମିଶନ ଶକ୍ତି ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନେ ଗଛ ତଳେ ବସି କାମ କରୁଥିବା ଦେଖିବାକୁ ମିଳୁଛି  । ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ବୋର ଖୋଲିବା ସହ ବିଦୁ୍ୟତ ସଂଯୋଗ କରାଇବା ନିମନ୍ତେ ଚନ୍ଦାହାଣ୍ଡି ବ୍ଲକ ସାମ୍ବାଦିକ ସଂଘ ସ୍ଥାନୀୟ ବିଡ଼ିଓ ସୁକାନ୍ତ ପଟ୍ଟନାୟକଙ୍କୁ ଭେଟି ଦାବି କରିଛନ୍ତି  ।