ଅଭୟେଶ୍ୱର ମହାଦେବଙ୍କ ବାର୍ଷିକ ମହାଯଜ୍ଞ
ବ୍ୟାସନଗର: ପୈାରାଞ୍ଚଳର ନହକା ଶ୍ରୀ ଅଭୟେଶ୍ୱର ମହାଦେବଙ୍କ ୨୭ତମ ବାର୍ଷିକ ମହାଯଜ୍ଞ ଅନୁଷ୍ଠିତ ହେଉଛି । ଚଳିତମାସ ୧୬ତାରିଖରୁ ଆରମ୍ଭ ହୋଇଥିବା ଉତ୍ସବ ମହାଶିବରାତ୍ରୀରେ ସମାପିତ ହେବ । ଉତ୍ସବ ଶୁଭାଧିବାସରେ ଘଟସ୍ଥାପନ, ପୂଜାର୍ଚ୍ଚନା କରାଯାଇଥିଲା । ଉତ୍ସବ ଅବସରରେ ପୀଠରେ ପ୍ରତ୍ୟେକ ସନ୍ଧ୍ୟାରେ ରାମଚରିତ ମାନସ ନବାହ୍ନ ପାରାୟଣ ସହ ପ୍ରବଚନ କାର୍ଯ୍ୟକ୍ରମ ଜାରୀ ରହିଛି । ଆଜି ସୁଦ୍ଧ ବିଭିନ୍ନ ଦିବସର ସନ୍ଧ୍ୟାରେ ପଣ୍ଡିତ ଅର୍ଜୁନ ଚରଣ ନାଥ, ପାଣିସେବକ ହିମାଂଶୁ ଭୁଷଣ ଜୀ ମହାରାଜ, ପାର୍ଥସାରଥୀ ମହାନ୍ତି, ପ୍ରହ୍ମଚାରୀ ସତ୍ୟ ଚୈତନ୍ୟ ମହାରାଜ, ଅଧ୍ୟାପକ ସନ୍ତୋଷ କୁମାର ସାହୁ ପ୍ରବଚନ ଦେଇ ଶ୍ରୋତାଙ୍କ ମନମୁଗ୍ଧ କରିଥିବା ବେଳେ ଆସନ୍ତାକାଲି ପ୍ରବଚନର ଅନ୍ତିମ ସନ୍ଧ୍ୟାରେ ସନ୍ଥ ପୁରୁଷୋତ୍ତମ ମହାରାଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୨୫ତାରିଖ ଭଜନସନ୍ଧ୍ୟା କାର୍ଯ୍ୟକ୍ରମ ରହିଥିବା ବେଳେ ୨୬ତାରିଖ ମହାଯଜ୍ଞର ପୂର୍ଣ୍ଣାହୁତି ପରେ ମଧ୍ୟରାତ୍ରରେ ମହାଦୀପ ଉଠାଯିବ । ଅଭୟେଶ୍ୱର ମନ୍ଦିର ପରିଚାଳନା କମିଟି ଏବଂ ଗ୍ରାମବାସୀଙ୍କ ସହଯୋଗରେ ଚାଲିଥିବା ପ୍ରବଚନରେ ଶହଶହ ସଂଖ୍ୟାର ଶ୍ରଦ୍ଧାଳୁ ସାମିଲ ହେଉଛନ୍ତି । ୨୭ ତମ ବାର୍ଷିକ ମହାଯଜ୍ଞର କର୍ତ୍ତା ଭାବେ ସେନ୍ତୋଷ କୁମାର ବରାଳ କର୍ତ୍ତି ଭାବେ ମେନକା ବରାଳ କାର୍ଯ୍ୟ ସମ୍ପାଦିତ କରିଥିଲେ । ଯଜ୍ଞ କାର୍ଯ୍ୟକ୍ରମକୁ ପୁରୋହିତ ବ୍ରଜ କିଶୋର ପଣ୍ଡାଙ୍କ ସହ ସହଯୋଗୀ ପଣ୍ଡିତ ସମ୍ପାଦିତ କରିଥିଲେ ।