ବିଧାୟକ ଓ ସାଂସଦଙ୍କୁ ଦାବିପତ୍ର
ବୈତରଣୀ ରୋଡ: ପ୍ରାଣକୃଷ୍ଣ ମହାବିଦ୍ୟାଳୟର ୨୦୧୭-ଗ୍ରାଣ୍ଟ-ଇନ୍-ଏଡ଼୍ ପାଉଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଚାକିରି ସର୍ତାବଳୀ ଓ ପେନ୍ସନ୍କୁ ଆଧାର କରି ଏକ ଦାବିପତ୍ର ସରକାରଙ୍କ ଉଦେ୍ଦଶ୍ୟରେ ବିଧାୟକ ଏବଂ ସାଂସଦଙ୍କୁ ଦାବି ପ୍ରଦାନ କରିଥିଲେ । ଏହି ଦାବିପତ୍ରରେ ଅଧ୍ୟକ୍ଷ ସତ୍ୟନାରାୟଣ ଖଣ୍ଡେଇ, ଅଧ୍ୟାପକ ଅରୁଣ ପଣ୍ଡା, ଅର୍ଜୁନ ଚରଣ ସାହୁ, ମନ୍ମଥ ସାହୁ, ଅଜିତ ପ୍ରସାଦ ସାହୁ, ଶିଶିର ରାଉତରାୟ, ପ୍ରାାନ୍ତ ମିଶ୍ର, ଅଧ୍ୟାପିକା ଅହଲ୍ୟା ଜେନା, ଚତୁର୍ଥ ଶ୍ରେଣୀ କର୍ମଚାରୀ ନାରାୟଣ ରାଉତ ଓ ମନମୋହନ ଜେନା ପ୍ରମୁଖ ନିଜର ଦାବି ସମ୍ବନ୍ଧରେ ସରକାରଙ୍କୁ ଅବଗତ କରାଇଥିଲେ । ବିଧାୟକ ଆକାଶ ଦାସନାୟକ ସରକାରଙ୍କ ଦୃଷ୍ଠି ଆକର୍ଷଣ କରିବାର ପ୍ରତିଶ୍ରୁତି ଦେଇଥିଲେ ।