ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ‘ସ୍ୱଚ୍ଛତା ପଖୱାଡା’ 

ାା ପ୍ରଭାନୁ୍ୟଜ୍ ।ା ଜଟଣୀ:  ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ୧ ଅକ୍ଟୋବରରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ “ସ୍ୱଚ୍ଛତା ପଖୱାଡା ” ପାଳନ କରାଯାଉଚି । ଏହାର  ଲକ୍ଷ୍ୟ ହେଉଛି ଦେଶକୁ ପରିଷ୍କାର ଓ ପରିଛନ୍ନ ରଖିବା ସହ ମହାତ୍ମା ଗାନ୍ଧିଜୀଙ୍କର ସ୍ୱଚ୍ଛ ତଥା ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଏହି ମର୍ମରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍.ଏସ. ବାଜ୍ୱା, ସମସ୍ତ ଶାଖା ଅଧିକାରୀ ଏବଂ କର୍ମଚାରୀମାନେ ନିଜକୁ ସ୍ୱଚ୍ଛ ରଖିବା ପାଇଁ ଏବଂ ସାଧାରଣ ଜନତାଙ୍କୁ ସ୍ୱଚ୍ଛତା  ପ୍ରତି ଉସôାହିତ କରିବା ପାଇଁ ଶପଥ  ଗ୍ରହଣ କରାଇଥିଲେ ।  ସ୍ୱଚ୍ଛତା କାର୍ଯ୍ୟକଳାପ ପ୍ରତି ସପ୍ତାହରେ ଦୁଇ ଘଣ୍ଟା ଉସôର୍ଗ କରିବାକୁ ଓ ସମସ୍ତଙ୍କୁ ସ୍ୱଚ୍ଛ ଭାରତ ମିଶନର ବାର୍ତ୍ତା ପ୍ରଚାର କରିବା ପାଇଁ ସମସ୍ତେ ପ୍ରତିଶୃତି ନେଇଥିଲେ । ଏହି ଅବସରରେ ଖୋର୍ଦ୍ଧାରୋଡ଼ ସ୍କାଉଟ୍ ଏବଂ ଗାଇଡ୍ ପିଲାମାନେଙ୍କ ଦ୍ୱାରା “ସ୍ୱଚ୍ଛ ଭାରତ” ଉପରେ ଏକ ନୁକ୍କଡ ନାଟକ ପ୍ରଦର୍ଶିତ କରଯାଇଥିଲା ।