ତାଜା ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତୁ୍ୟ
ଆସିକା : ଆସିକା ଥାନା ଅନ୍ତର୍ଗତ କର୍ପୁରାନୁଆଁଗାଁରେ ସ୍ୱାଧୀନ ବେହେରାଙ୍କ ନୂତନ ଘର ନିର୍ମାଣ କାର୍ଯ୍ୟରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଭେଟନଈ ଗ୍ରାମର ୪୫ ବର୍ଷୀୟ ନିରଞ୍ଜନ ମହାନ୍ତି ଏବଂ ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଠଣ୍ଡା ଗ୍ରାମର ୫୫ ବର୍ଷୀୟ ଖଦାଳ ସେଠି ଛାତର ତାଜାକୁ ବାହାର କରିବା ବେଳେ ପନ୍ଦର ଫୁଟରୁ ତଳକୁ ଖସି ପଡ଼ିବା ଛାତ ତଳେ ଚାପି ହୋଇଯିବାରୁ ଉଭୟଙ୍କ ଜୀବନ ଯାଇଛି । ଏ ଘଟଣା ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି କାର୍ଯ୍ୟରେ ତାଙ୍କ ସହିତ କାର୍ଯ୍ୟ କରୁଥିବା ଠିକାଦାର ସନ୍ତୋଷ ସେଠି ଅଳ୍ପକେ ବର୍ତ୍ତୀ ଯାଇଥିଲେ । ଛାତ ପଡିଯିବା ବେଳେ ଘଟଣା ସ୍ଥଳରେ ହିଁ ନିରଞ୍ଜନ ମହାନ୍ତି ମୃତ ବରଣ କରିଥିଲେ । ଖଦାଳ ସେଠିଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆସିକା ଉପଖଣ୍ଡ ଚିକିସôାଳୟକୁ ଆମ୍ବୁଲାନ୍ସ ଯୋଗେ ଅଣା ଯାଇଥିଲେ ମଧ୍ୟ ସେଠାରେ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା । ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛି । ଉଭୟ ପରିବାରଙ୍କୁ ମୃତ ଖବର ପଠାଇ ଥିବା ବେଳେ ପରିବାର ଲୋକମାନେ ଆସି ଶବକୁ ନେବା ପାଇଁ ଆସିଥିଲେ ମଧ୍ୟ ସାନ୍ଧ୍ୟ ଯୋଗୁଁ ବ୍ୟବଛେଦ ହୋଇ ପାରି ନଥିବାରୁ ମଙ୍ଗଳବାର ଦିନ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ । ବର୍ତ୍ତମାନ ପୋଲିସ ଠିକା କାମର କାର୍ଯ୍ୟର ଛାନ୍ନଭିନ୍ନ କରୁଛି । ଅପର ପକ୍ଷେ ମୁଲ ଲାଗି ଚଳୁଥିବା ପରିବାର ଏବେ ନିସ୍ୱ ହୋଇଯାଇଛି । କାହିଁକି ନା କେବଳ ରୋଜଗାରିଆ ପୁଅ ଥିଲେ ନିରଞ୍ଜନ ମହାନ୍ତି । ତାଙ୍କରି ଉପାର୍ଜନରେ ସ୍ତ୍ରୀ ଓ ଝିଅ ବୃଦ୍ଧ ବାପା, ମା ଏବଂ ବିକଳାଙ୍ଗ ଭାଇର ସମ୍ପୂର୍ଣ୍ଣ ଦାଇତ୍ୱ ନିରଞ୍ଜନଙ୍କ ଉପରେ ଥିଲା । ସେହିଭଳି ଭଞ୍ଜନଗର ଗୋଠଣ୍ଡା ଗ୍ରାମର ଖଦାଳ ସେଠି ମଧ୍ୟ ପରିବାର ପାଇଁ ରୋଜଗାରିଆ ଥିଲେ କ୍ଷ ତାଙ୍କରି ବି ପରିବାର ନିରଞ୍ଜନ ଙ୍କ ପରିବାର ଭଳି ସମଦଶା ହୋଇଛି । ଏଭଳି କ୍ଷେତ୍ରରେ ଠିକାଦାରଙ୍କ ପକ୍ଷରୁ ନତୁବା ସରକାରୀ ଆର୍ଥିକ ସହାୟତା ଦେଲେ ମୃତଙ୍କ ପରିବାର ଉପକୃତ ହେବେ ।