ଅମରନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ:  ମୁଣ୍ଡମରାଇ ଚାମ୍ପିଅନ୍ 

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ତାଲୁଜା ରୋଡ ଜେଲ ସାମ୍ନା ଖେଳ ପଡିଆରେ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ୍ରେ ସୋରଡ଼ା ଏକାଦଶକୁ ହରାଇ ମୁଣ୍ଡମରାଇ ଏକାଦଶ ବିଜୟୀ ହୋଇଛି । ଆଜି ଶେଷ ଦିନରେ ସୋରଡ଼ା ଏକାଦଶ ପ୍ରଥମେ ଟସ ଜିତି ପ୍ରଥମେ ବ୍ୟାଟି କରି ୨୦ ଓଭର ଖେଳି ଆଠ ଖେଳାଳି ହରାଇ ୧୯୮ ରନ କରିଥିଲା । ଏହାର ଜବାବରେ ମୁଣ୍ଡମରାଇ ଟିମ୍ ୧୪ ଓଭର ଖେଳି ୪ ଖେଳାଳି ବିନିମୟରେ ୨୦୦ ରନ କରି ବିଜେତା ହୋଇଛନ୍ତି । ଆଜିର ଏହି ସୁନ୍ଦର ଫାଇନାଲ ମ୍ୟାଚ୍ରେ ଆସିକା ଏନ୍ଏସି ନଗରପାଳିକା ବିନେତା ସ୍ୱାଇଁ, ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ, ଆସିକା ଜେଲ ଅଧିକ୍ଷକ ଖଗେଶ୍ୱର ସିଂ, ଯୁବ ନେତା ଗଙ୍ଗାଧର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ବିଜେତା ଟିମ୍କୁ ୧୭ ହଜାର ନଗଦ ଟଙ୍କା ଏବଂ ଟ୍ରଫି, ଉପ ବିଜେତା ଟିମକୁ ୧୨ ହଜାର ଟଙ୍କା ଏବଂ ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଦେବାଶିଷ ସାହୁ, ମ୍ୟାନ ଅଫ ଦି ସିରିଜ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । ଆଜିର ଏହି ମ୍ୟାଚ୍ରେ ରେଫେରୀ ଭାବେ ମିଥୁନ ବିଷୋୟୀ ଓ ଟୁକୁନା ହୋତା ଦାୟିତ୍ୱ ତୁଲାଇ ଥିଲାବେଳେ ସ୍କୋରର ଭାବେ ବଳରାମ ପଣ୍ଡା ଓ ନାରାୟଣ ନାହାକ ଏବଂ ଧାରବିବାରଣୀ ତ୍ରିଲୋଚନ ପାତ୍ର ପ୍ରଦାନ କରିଥିଲେ । ଅମରନାଥ କ୍ରିକେଟ ଟିମ୍ର ସଭାପତି ବୁବୁନା ହୋତା, କାଳିଆ ବିଶ୍ୱାଳ, ଲିଡୁ ସାହୁ, ପ୍ରେମାନନ୍ଦ ରେଡି, ନବଘନ ବିଶ୍ୱାଳ, ମନୋଜ ପାଢ଼ୀ, ମନୋଜ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଖେଳକୁ ସଂଯୋଜନା କରିଥିଲେ ।