ଆଇନ ଶୃଙ୍ଖଳା ଉନ୍ନତି ଦାବିରେ କଂଗ୍ରେସର ଦାବିପତ୍ର 

 କଟକ: ସହରର ଆଇନ ଶୃଙ୍ଖଳା ବ୍ୟବସ୍ଥାର ଉନ୍ନତି ଦାବିରେ କଟକ ଶକ୍ତିନଗର କଂଗ୍ରେସ ପକ୍ଷରୁ ଡିସିପିଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଗୋଚ୍ଛାୟତଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧିଦଳ କଟକ ଶକ୍ତିନଗର କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମଧୁପାଟଣା ଥାନାରେ ପହଞ୍ଚି ଥାନା ଆଇଆଇସିଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଡିସିପିଙ୍କ ଉଦେ୍ଦଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ସହରର ଆଇନ ଶୃଙ୍ଖଳାର ସୁଦ୍ଧାର ପାଇଁ ବିଶେଷକରି ରାତି ପେଟ୍ରୋଲିଂକୁ କଡ଼ାକଡ଼ି କରିବା, ଅଚଳ ସିସିଟିଭିକୁ ସଚଳ କରିବା, ଥାନାରେ ଷ୍ଟାପ ଓ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା, ଥାନାରେ ଅଧିକ ପିସିଆର ଭ୍ୟାନ ନିୟୋଜିତ କରିବା, ଅସାମାଜିକ ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା, ପ୍ରତି ୨ ମାସରେ ପୋଲିସ ଓ ପବ୍ଲିକ ଜନସମ୍ପର୍କ କାର୍ଯ୍ୟକ୍ରମ କରିବା, ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କ ଅଭିଯୋଗ ଶୁଣିବା ପାଇଁ ସ୍ୱତନ୍ତ୍ର ଡେସ୍କ କରିବା ଆଦି ଦାବି କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିଶିର ରଥ, ମନୋଜ ବିଶ୍ୱାଳ, ରାଜେଶ ସ୍ୱାଇଁ, ପ୍ରିୟଜିତ ରାୟ, ମାନସ ପରିଡ଼ା, ନିର୍ମଳ ସ୍ୱାଇଁ, ସଚିଦାନନ୍ଦ ରାଉତ, ସନ୍ତୋଷ ବିଶ୍ୱାଳ, ରଜନୀ ବସ୍ତିଆ, ସୀତାକାନ୍ତ ପଣ୍ଡା, ନିହାର ରଂଜନ ନନ୍ଦ, ଜୟ ନାରାୟଣ ତି୍ରପାଠୀ, ଦେବାଶିଷ ଜେଠୀ ପ୍ରମୁଖ ଯୋଗଦେଇଥିଲେ ।