ଭାରତୀୟ ମଜଦୂର ସଂଘର ଜିଲ୍ଲା ସମ୍ମିଳନୀ
ାା ପ୍ରଭାନୁ୍ୟଜ ।ା କଟକ: ଭାରତୀୟ ମଜଦୂର ସଂଘ ପକ୍ଷରୁ କଟକ ଜିଲ୍ଲା ବାର୍ଷିକ ସମ୍ମିଳନୀ ସିଡିଏ ସେକ୍ଟର ୯ନଂ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ସଭାପତି ଆଇନଜୀବୀ ରମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଭାରତୀୟ ମଜଦୂର ସଂଘର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ରାଷ୍ଟ୍ରହିତ, ଉଦ୍ୟୋଗହିତ, ଶ୍ରମିକହିତ ଉଦେ୍ଦଶ୍ୟରେ ଭାରତୀୟ ମଜଦୂର ସଂଘ ଦେଶରେ କାମ କରି ଅଣରାଜନୈତିକ ଶ୍ରମିକ ସଂଗଠନ ହିସାବରେ ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିପାରିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ରୂପେ ସଂଘର ପୂର୍ବତନ ରାଜ୍ୟ ସଭାପତି ଇଂ ଶ୍ରୀକାନ୍ତ କୁମାର ବ୍ରହ୍ମା, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଏସ୍. ଶ୍ରୀନିବାସ ରାଓ, ରାଜ୍ୟ କମିଟି ସଦସ୍ୟ ବସନ୍ତ କୁମାର ସାହୁ, ଅବସରପ୍ରାପ୍ତ ସହକାରୀ ଶ୍ରମ କମିଶନର ଦୁର୍ଗା ଚରଣ ଓଝା, ଅଙ୍ଗନବାଡି ସଂଗଠନ କଟକ ଜିଲ୍ଲା ସମ୍ପାଦିକା ପୁଷ୍ପଲତା ସୁବୁଦ୍ଧି ରାୟ ପ୍ରମୁଖ ଯୋଗଦାନ କରି କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଓ ତାର ସମାଧାନ କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସଭାପତି ଆଇନଜୀବୀ ରମାକାନ୍ତ ସାହୁ, ଉପସଭାପତି ରବିନାରାୟଣ ସାହୁ, ବୈକୁଣ୍ଠ ବିହାରୀ ନାୟକ, ପୁଷ୍ପଲତା ସୁବୁଦ୍ଧି ରାୟ, ସମ୍ପାଦକ ପ୍ରଭୁଦତ ମିଶ୍ର, ସଂଗଠନ ସମ୍ପାଦିକା ଇତିଶ୍ରୀ ଦାଶ, ସହ ସମ୍ପାଦକ ଅଶୋକ ସ୍ୱାଇଁ, ବିନୋଦ କୁମାର ପତି, ପ୍ରବୀଣା ଭୋଇ, କୋଷାଧ୍ୟକ୍ଷ ସବିତା ସାହୁଙ୍କ ସମେତ ୧୪ ଜଣ ଜିଲ୍ଲା କମିଟିର ସଦସ୍ୟଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ଉକ୍ତ ସମ୍ମିଳନୀରେ ଭାରତୀୟ ମଜଦୂର ସଂଘର ଲିଗାଲ ସେଲ କଟକ ଜିଲ୍ଲାର କାର୍ଯ୍ୟକର୍ତ୍ତା ପଦ୍ମାଳୟା ମହାପାତ୍ର, ଦେବପ୍ରସାଦ ମହାପାତ୍ର, ଅରୁଣ ସାହୁ, ଜଗନ୍ନାଥ ମହାନ୍ତି ଏବଂ ସ୍ପନ୍ଦନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସମ୍ପାଦକ ପ୍ରଭୁଦତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।