ଆଇପିଏଲ ନିଲାମୀରେ ଟଙ୍କା ବର୍ଷା : ୨୫ କୋଟିରେ କ୍ୟାମେରନଙ୍କୁ କିଣିଲା କେକେଆର

ଆଇପିଏଲ ନିଲାମୀରେ ଟଙ୍କା ବର୍ଷା :  ୨୫ କୋଟିରେ କ୍ୟାମେରନଙ୍କୁ କିଣିଲା କେକେଆର

ନିଲାମ ତାଲିକାରେ ୨ ଓଡ଼ିଆ

ନୂଆଦିଲ୍ଲୀ : ଆଇପିଏଲ-୨୦୨୬ ମିନି ଅକ୍ସନରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର କାମେରୁନ ଗ୍ରୀନଙ୍କ ଉପରେ ହୋଇଛି ଟଙ୍କାର ବର୍ଷା । ନିଲାମୀ ଯୁଦ୍ଧରେ ବାଜି ମାରିଛି କେକେଆର । ଗ୍ରୀନକୁ ରେକର୍ଡ ୨୫.୨୦ କୋଟି ଟଙ୍କାରେ ନିଜ ସହ ସାମିଲ କରିଛି କୋଲକାତା । ଏଥିସହ ଆଇପିଏଲ ଇତିହାସର ସବୁଠାରୁ ଦାମୀ ବିଦେଶୀ ଖେଳାଳି ହେବାର ରେକର୍ଡ କରିଛନ୍ତି କ୍ୟାମେରନ । ସେହିପରି ମୋଟ ଉପରେ ସେ ଆଇପିଏଲ ଇତିହାସର ତୃତୀୟ ଦାମୀ ଖେଳାଳି ହୋଇଛନ୍ତି । ତାଙ୍କ ଉପରେ ଋଷଭ ପନ୍ତ(୨୭ କୋଟି) ଓ ଶ୍ରେୟସ ଆୟର(୨୫.୨୦ କୋଟି ରହିଛନ୍ତି । 

    ଗ୍ରୀନଙ୍କ ପୂର୍ବରୁ ସବୁଠାରୁ ଦାମୀ ବିଦେଶୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ଥିଲା । ତାଙ୍କୁ କୋଲକାତା ୨୦୨୪ରେ ରେକର୍ଡ ୨୪.୭୫ କୋଟି ଟଙ୍କାରେ କିଣିଥିଲା । ଏବେ ଗ୍ରୀନ ତାଙ୍କୁ ଅତିକ୍ରମ କରି ଯାଇଛନ୍ତି । ବେସ୍‌ ପ୍ରାଇସ ୨ କୋଟି ଟଙ୍କା କ୍ଲବରେ ଥିଲେ ଗ୍ରୀନ । ତାଙ୍କୁ ନେବା ପାଇଁ ମୁମ୍ବାଇ ବିଡ ଆରମ୍ଭ କରିଥିଲେ । ଏହାପରେ କିନ୍ତୁ ରାଜସ୍ଥାନ ରୟାଲ୍ସ ଓ କୋଲକାତା ମଧ୍ୟରେ ବିଡ ୱାର ଦେଖା ଯାଇଥିଲା । ତେବେ ୧୩.୪୦ କୋଟିରେ ବିଡ ପଞ୍ଚିବା ପରେ ରେସରୁ ଓହରି ଯାଇଥିଲା ରାଜସ୍ଥାନ । ଏହାପରେ କୋଲକାତା ଓ ଚେନ୍ନାଇ ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା । କୋଲକାତା ୬୪ କୋଟି ଟଙ୍କା ଓ ଚେନ୍ନାଇ ୪୩ କୋଟି ଟଙ୍କା ସହ ମିନି ଅକ୍ସନକୁ ଆସିଥିବାରୁ ଦୁଇ ପ୍ରାଞ୍ଚାଇଜ ଗ୍ରୀନକୁ ନେବାକୁ ବେଶ ଆଗ୍ରହ ଦେଖାଇଥିଲେ । ଶେଷରେ କୋଲକାତା ରେକର୍ଡ ୨୫.୨୦ କୋଟି ଟଙ୍କାରେ ଗ୍ରୀନକୁ କିଣିଛି । ଚଳିତ ନିଲାମରେ ଶ୍ରୀଲଙ୍କାର ବୋଲର ମଥିଶା ପଥିରାନାଙ୍କୁ କେକେଆର ୧୮ କୋଟି ଟଙ୍କାରେ, ଭାରତୀୟ ବୋଲର ରବି ବିଷ୍ଣୋଇଙ୍କୁ ୭.୨ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ ଖରିଦ କରିଛି ।   


   ଉତ୍ତରପ୍ରଦେଶର ୨୦ ବର୍ଷୀୟ ପ୍ରଶାନ୍ତ ବୀର ଓ କାର୍ତ୍ତିକ ଶର୍ମାଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ପ୍ରତ୍ୟେକଙ୍କୁ ୧୪ କୋଟି ୨୦ ଲକ୍ଷରେ କିଣିଛି । ସେହିପରି ଆଉ ଜଣେ ଘରୋଇ ଭାରତୀୟ ଖେଳାଳି  ଜମ୍ମୁ-କାଶ୍ମୀରର ପେସ୍‌ ବୋଲର ୨୯ ବର୍ଷୀୟ ଅକିବ ନବିଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୮.୪ କୋଟି ଟଙ୍କାରେ କିଣିଛି । ସେହିପରି ଲକ୍ଷେ୍ନø ସୁପର ଜିଆଣ୍ଟସ ଜୋଶ ଇଙ୍ଗିଲିସକୁ ୮.୬ କୋଟି ଟଙ୍କାରେ, ଆରସିବି ଭେଙ୍କଟସ ଆୟାରଙ୍କୁ ୭ କୋଟି ଓ ଗୁଜରାଟ ଟାଇଟନ୍ସ ଜାସନ ହୋଲ୍ଡରଙ୍କୁ ୭ କୋଟି ଟଙ୍କାରେ କିଣିଛି ।ଆଇପିଏଲ ନିଲାମ ତାଲିକାରେ ପୁଣି ଓଡ଼ିଆ । ଇଣ୍ଡିଆନ୍‌ ପ୍ରିମିୟର ଲିଗର ନିଲାମରେ ୨ଜଣ ଓଡ଼ିଆ କ୍ରିକେଟର ସାମିଲ ହୋଇଛନ୍ତି । ୨ ଓଡ଼ିଆ କ୍ରିକେଟରଙ୍କୁ ଆଇପିଏଲ ନିଲାମ ତାଲିକାରେ ଯୋଡ଼ିଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ । ତେବେ ଯୋଡ଼ି ହୋଇଥିବା ଦୁଇ ଓଡ଼ିଆ ଖେଳାଳି ହେଲେ ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲ । ଉଭୟଙ୍କ ବେସ୍‌ ପ୍ରାଇସ୍‌ ୩୦ ଲକ୍ଷ ଟଙ୍କା ରହିଛି । ଚଳିତ ଥର ଆଇପିଏଲ୍‌ ମିନି ନିଲାମରେ ୩୬୯ ଜଣ ଖେଳାଳି ସାମିଲ ହୋଇଛନ୍ତି ।