ଆଜି ଘଣ୍ଟାଏ ପାଇଁ ଖୋଲିବ ସେୟାର ବଜାର
ନୂଆଦିଲ୍ଲୀ : ସେୟାର ବଜାରରେ ନିବେଶ କରୁଥିବା ନିବେଶକଙ୍କ ପାଇଁ ଖୁସି ଖବର । ଦୀପାବଳି ପାଇଁ ସେୟାର ବଜାର ବନ୍ଦ ଥିବା ବେଳେ ଆଜି ଘଣ୍ଟାଏ ପାଇଁ ଖୋଲିବ ସେୟାର ବଜାର । ଅକ୍ଟୋବର ୨୧ରେ ଦୀପାବଳି ପାଇଁ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଓ ବମ୍ବେ ଷ୍ଟକ୍ ବନ୍ଦ ଥିଲା । ହେଲେ ଆଜି ଅପରାହ୍ଣ ୧.୪୫ରୁ ୨ଟା ୪୫ ପର୍ଯ୍ୟନ୍ତ ସେୟାର ବଜାର ଖୋଲା ରହିବ ।