ଲାସଜଲୋଙ୍କୁ ସାହିତ୍ୟ ନୋବେଲ୍‌

ନୂଆଦିଲ୍ଲୀ : ହଙ୍ଗେରୀ ସାହିତ୍ୟିକ ଲାସଜଲୋ କ୍ରାସଜନାହୋରୋକୋଇଙ୍କୁ ନୋବେଲ୍‌ ପୁରସ୍କାର ମିଳିବ । ଉପନ୍ୟାସ ହରସଚଟ ୦୭୭୬୯ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ଏହି ଉପନ୍ୟାସରେ ସେ ଜର୍ମାନର ସାମାଜିକ ବିଶୃଙ୍ଖଳା ଓ ଏହାର ପ୍ରତିଫଳନ ସଂକ୍ରାନ୍ତରେ ଉଲ୍ଳେଖ କରାଯାଇଛି । ୧୯୫୪ରେ ରୋମାନିଆ ଓ ହଙ୍ଗେରୀ ସୀମାନ୍ତରେ ଥିବା ଛୋଟିଆ ସହର ଗ୍ୟୁଲାରେ ଜନ୍ମିତ ଲାସଜଲୋ ଜଣେ ସୁପ୍ରସିଦ୍ଧ ଲେଖକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । କେନ୍ଦ୍ରୀୟ ୟୁରୋପର ପରମ୍ପରା ସମ୍ପର୍କରେ ଲେଖୁଥିବା ସେ ଜଣେ ପ୍ରସିଦ୍ଧ ଲେଖକ ବୋଲି ନୋବେଲ କମିଟି ଉଲ୍ଳେଖ କରିଛନ୍ତି । ସେହିପରି ତାଙ୍କ ରଚିତ ଉପନ୍ୟାସକୁ ମହାନ ଜର୍ମାନ ଉପନ୍ୟାସ ବୋଲି ଉଲ୍ଲେଖ କରାଯାଇଛି । ସେହି ଉପନ୍ୟାସକୁ ନେଇ ପ୍ରସିଦ୍ଧ ସିନେମା ମଧ୍ୟ ନିର୍ମାଣ କରାଯାଇଛି ।