ରୀମା ଭୋଇ ଓ ମହିଳା ରଗବୀ ଟିମ୍ ଓଡ଼ିଶା ପାଇଁ ଜିତିଲେ ସ୍ୱର୍ଣ୍ଣ

 ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଚାଲିଥିବା ଜାତୀୟ କ୍ରୀଡ଼ାରେ ଶୁକ୍ରବାର ଓଡ଼ିଶାର ମହିଳା ରଗବୀ ଟିମ୍ ଓ ୱେଟଲିଫ୍ଟର ରୀମା ଗୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ମହିଳା ରଗବୀ ଫାଇନାଲରେ ଓଡ଼ିଶା ୨୯-୫ରେ ବିହାରକୁ ପରାସ୍ତ କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ପୂର୍ବରୁ ସେମିଫାଇନାଲରେ ଓଡ଼ିଶା ୩୧-୫ରେ ମହାରାଷ୍ଟ୍ରକୁ ହରାଇଥିଲା । ତେବେ ଓଡ଼ିଶାର ପୁରୁଷ ରଗବୀ ଟିମ ନିରାଶ କରିଛନ୍ତି । ସେମାନେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏଥିପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଓଡ଼ିଶା ୨୬-୧୦ରେ ପଶ୍ଚିମବଙ୍ଗଙ୍କୁ ହରାଇଥିଲା । ମହିଳା ୫୯ କିଗ୍ରା ୱେଟ୍ଲିଫ୍ଟିଂ ବିଭାଗରେ ରୀମା ସ୍ୱର୍ଣ୍ଣ ଜିତି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ଷ୍ଟାର ସାଇକ୍ଲିଷ୍ଟ ସ୍ୱସ୍ତି ସିଂ ୬୦ କିିମି ରୋଡ ମାସ ଷ୍ଟାର୍ଟ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଗୁଜରାଟର ମୁସ୍କାନ ଗୁପ୍ତା ଓ ମହାରାଷ୍ଟ୍ରର ପୂଜା ଡାନୋଲେ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ । ଉଶୁ ଖେଳାଳି ରିୟା ଠାକୁର ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ମହିଳା ଗୁନଶୁ (ଟାଓଲୁ) ଇଭେଣ୍ଟରେ ଏହି ସଫଳତା ହାସଲ କରିଥିଲେ । ମଧ୍ୟପ୍ରଦେଶର ଭାନଶିକା ନାମଦେଓ ଓ ଆସାମର ପଦ୍ମାନୀ ନାରଜାରୀ ସ୍ୱର୍ଣ୍ଣ ଏବଂ ରୌପ୍ୟ ଜିିତିଛନ୍ତି । ମହିଳା ଖୋ ଖୋ ଫାଇନାଲରେ ଓଡ଼ିଶା ପ୍ରବେଶ କରି ସାରିଥିବାରୁ ଆଉ ଏକ ସ୍ୱର୍ଣ୍ଣ ପଦକ ସମ୍ଭାବନା ସୃଷ୍ଟି ହୋଇଛି । ସେମିରେ ଓଡ଼ିଶା ୩୬-୨୩ରେ କର୍ଣ୍ଣାଟକକୁ