ଆଜି ନବଯୌବନ ଦର୍ଶନ
ପୁରୀ: ଗୁରୁବାର ପ୍ରତିପଦା ତିଥିରେ ନବଯୌବନ ଦର୍ଶନ ଓ ଶୁକ୍ରବାର ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ହେବ ଶ୍ରୀଗୁଣ୍ଡିଚା ଯାତ୍ରା । ଚଳିତ ବର୍ଷ ଗୋଟିଏ ଦିନରେ ନବଯୌବନ ଦର୍ଶନ ଓ ନେତ୍ରୋସôବ ପଡ଼ୁଥିବାରୁ ସକାଳ ୮ଟାରୁ ୯ଟା ଯାଏଁ ଏକ ଘଣ୍ଟା ପାଇଁ ପରିମାଣିକ ଦର୍ଶନ ହେବ । ୯ଟାରୁ ୧୦ଟା ୩୦ମିନିଟ୍ ପର୍ଯ୍ୟନ୍ତ ଦେଢ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ କରିପାରିବେ । ପରିମାଣିକ ଦର୍ଶନ ପାଇଁ ଭକ୍ତମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ । ସର୍ବସାଧାରଣ ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ । ଦିନ ସାଢେ ୧୦ଟା ପରେ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗୁରୁବାର ରାତ୍ର ୧୨ଟା ୩୦ରୁ ଶୁକ୍ରବାର ଭୋର ୫ଟା ୩୦ମିନିଟ୍ ମଧ୍ୟରେ ସେନାପଟା ଲାଗି କରାଯିବ । ଶୁକ୍ରବାର ଦିନ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ପହଞ୍ଚôଛି ଚୂଡ଼ାନ୍ତ ପର୍ଯ୍ୟାୟରେ । ଅଣସର ପରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିବା ପାଇଁ ଉକôଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ଭକ୍ତ ନରନାରୀ । ଘୋଷଯାତ୍ରା ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲାଣି ଭକ୍ତଙ୍କ ସମାଗମ । ସହରରେ ସୃଷ୍ଟି ହୋଇଛି ଉସôବ ମୁଖର ପରିବେଶ । ଭଜନ, କୀର୍ତ୍ତନରେ ମୁଖରିତ ହୋଇଉଠିଲାଣି ସିଂହଦ୍ୱାର ଓ ବଡ଼ଦାଣ୍ଡ । ରଥନିର୍ମାଣ ପ୍ରାୟତଃ ଶେଷ ହୋଇଛି । ରଥଖଳାରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ନିର୍ମାଣ ସରି କନାମଣ୍ଡଣି ଚାଲିଛି । ୩ ରଥକୁ ସୁନ୍ଦର ଭାବେ ଚିତି୍ରତ କରାଯାଇଛି । ରଥ ଚତୁଃପାଶ୍ୱର୍ରେ ପାଶ୍ୱର୍ ଦେବଦେବୀ ମୂର୍ତ୍ତି ଖଞ୍ଜାଯାଇଛି । ନବଯୌବନ ଦର୍ଶନ ଉପଲକ୍ଷେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଳା ପ୍ରଶାସନ ଓ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସିଂହଦ୍ୱାର ସମ୍ମୁଖ ରାସ୍ତାକୁ ଅତିସୁନ୍ଦର ଭାବେ ଚିତ୍ରିତ କରାଯାଇଛି । ଗୁରୁବାର ଦିନ ରଥଖଳାରୁ ୩ ରଥକୁ ସିଂହଦ୍ୱାରକୁ ଅଣାଯିବ । ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ସକାଳ ୬ଟାରେ ଚକା ଅପସର ନୀତି ପରେ ୬ଟା ୧୦ମିନିଟ୍ରେ ମଙ୍ଗଳଆଳତି କରାଯିବ । ୬ଟା ୨୫ମିନିଟ୍ରେ ମଇଲମ, ୭ଟାରେ ଅବକାଶ, ୭ଟା ୩୦ମିନିଟ୍ରେ ଦଶଅବତାର ଠାକୁର ବାହୁଡ଼ା ବିଜେ କରିବେ । ୮ଟାରେ ତାଟି ଫିଟିବ । ୮ଟାରୁ ୯ଟା ମଧ୍ୟରେ ପରିମାଣିକ ଦର୍ଶନ ହେବ । ୯ଟାରୁ ୧୦ଟା ୩୦ମିନିଟ୍ ମଧ୍ୟରେ ଭିତର କାଠ ନିକଟରେ ସର୍ବସାଧାରଣ ଦର୍ଶନ କରିବେ । ୧୧ଟା ୩୦ରେ ଧୂଆଧୁଇ ହୋଇ ଚୂନ ପଡ଼ିବ । ୧୨ଟାରେ ଦଇତାପତିମାନେ ସର୍ବାଙ୍ଗ ଓ ବନ୍ଦାପନା କରିବେ । ୧୨ଟା ୩୦ମିନିଟ୍ରେ ନେତ୍ରୋସôବ ବନ୍ଦାପନା ହେବ । ୧୨ଟା ୪୫ମିନିଟ୍ରେ ରୋଷ ହୋମ, ଅପରାହ୍ନ ୧ଟାରେ ରାଜନୀତି, ୧ଟା ୩୦ରେ ଯାତ୍ରାଙ୍ଗୀ ମହାସ୍ନାନ, ଗୋଟାଏ ୪୫ମିନିଟ୍ରେ ମଇଲମ, ଦୁଇଟାରେ ଘଣ୍ଟଛତା ସର୍ବାଙ୍ଗ, ୨ଟା ୧୫ରେ ସୂର୍ଯ୍ୟପୂଜା, ୨ଟା୩୦ରେ ଦ୍ୱାରପାଳ ପୂଜା କରାଯାଇ ୨ଟା ୪୫ମିନିଟ୍ ସୁଦ୍ଧା ବେଶ ଶେଷ ହେବ । ଅପରାହ୍ନ ୪ଟାରେ କୋଠ ଭୋଗରେ ଗୋପାଳବଲ୍ଲଭ ଓ ସକାଳଧୂପ କରାଯିବ । ୩ଟା ୧୦ରେ ଭୋଗମଣ୍ଡପ ଉଠିବ । ୪ଟା ୧୦ରେ ରଥ ଆଜ୍ଞାମାଳ ବିଜେ ହେବା ପରେ ତିନି ରଥ ରଥ ଖଳାରୁ ସିଂହଦ୍ୱାର ସମ୍ମୁଖକୁ ଆସିବ । ୪ଟା ୨୦ରେ ଭୋଗମଣ୍ଡପ ଶେଷ ହେବ । ୪ଟା ୫୦ରେ ମଇଲମ ଓ ବେଶ କରାଯିବ । ଅପରାହ୍ନ ୫ଟାରୁ ୬ଟା ମଧ୍ୟରେ କେବଳ ମଧ୍ୟାହ୍ନ ଧୂପ (କୋଠ ଭୋଗ) କରାଯିବ । ୫ଟା ୧୫ରୁ ୬ଟା ୪୫ମିନିଟ୍ ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ, ୬ଟା ୪୫ରେ ଦକ୍ଷିଣୀଘର ଭୋଗ, ୭ଟା ୧୫ରେ ମହାପ୍ରଭୁ ବେଶ ହେବେ । ୭ଟା ୩୦ରେ ସନ୍ଧ୍ୟା ଆଳତି କରାଯିବ । ୮ଟାରୁ ସନ୍ଧ୍ୟା ଧୂପ (କୋଠଭୋଗ) ହେବ । ରାତ୍ର ୯ଟାରେ ଅଙ୍କୁରାରୋପଣ, ୮ଟା ୧୦ରୁ ୯ଟା ୩୦ମିନିଟ୍ ମଧ୍ୟରେ ଆବଶ୍ୟକ ହେଲେ ଦ୍ୱିତୀୟ ଭୋଗମଣ୍ଡପ ହେବ । ୯ଟା ୪୫ରୁ ୧୦ଟା ମଧ୍ୟରେ ମହାପ୍ରଭୁ ଚନ୍ଦନ ଲାଗି ହେବେ । ୧୦ଟା ୩୦ରେ ବଡ଼ସିଂହାର ବେଶ ହେବେ । ରାତ୍ର ୧୧ଟାରେ ବଡ଼ସିଂହାର ଭୋଗ ହେବ । ରାତ୍ର ୧୧ଟା ୩୦ରେ ମହାପ୍ରଭୁଙ୍କୁ ପହୁଡ଼ ଅଳତି ହେବ । ୧୧ଟା ୪୫ମିନିଟ୍ରେ ଶ୍ରୀମୁଖ ଖଣ୍ଡୁଆ ପଡ଼ି ୧୨ଟା ୩୦ମିନିଟ୍ରେ ବାହୁଟକଣ୍ଟ କରାଯାଇ ସେନାପଟା ଲାଗି ଆରମ୍ଭ ହେବ । ଦଇତାପତିମାନେ ସେନାପଟା ଲାଗି କରିବେ । ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷିତ ରଖିବା ପାଇଁ ସେନାପଟା ଲାଗି କରାଯିବ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରର ବିଭିନ୍ନ ଛକ ସ୍ଥାନମାନଙ୍କରେ ବ୍ୟାରିକେଡ଼ ନିର୍ମିତ ହେବା ସହ ପୁଲିସ ମୁତୟନ ହୋଇଛନ୍ତି ।