ଆଦିବାସୀ ପର୍ବରେ ଅଗସ୍ତି ପୁରସ୍କୃତ
ଗୋଲାମୁଣ୍ଡା:କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଆଞ୍ଚଳିକ ବସ୍ତ୍ରରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାନଚେରଗାଁର କାର୍ଯ୍ୟରତ ରାଜନୀତି ଅଧ୍ୟାପକ ଅଗସ୍ତି ସୁନାନୀ ବିଶ୍ୱ ଆଦିବାସୀ ପର୍ବରେ ପୁରସ୍କୃତ ହୋଇଛନ୍ତି । ସେ ଏହି କଲେଜରେ ଦୀର୍ଘଦିନ ଧରି ଅଧ୍ୟାପକ ଭାବେ କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ରେଡ କ୍ରସ କାଉନସିଲର ଭାବରେ ସୁନ୍ଦର ଭାବରେ କାର୍ଯ୍ୟ ତୁଲାଉଥିଲେ । ଆଜି ସେ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇ ଆଞ୍ଚଳିକ ବସ୍ତ୍ରରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଛନ୍ତି । ଏ ନେଇ ଭୁବନେଶ୍ୱର ଠାରେ ବିଶ୍ୱ ଆଦିବାସୀ ପର୍ବରେ ବିଶ୍ୱର ଅଧିକାଂଶ ଦେଶର ଲୋକେ ଯୋଗ ଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ସୁନାନୀ ମହୋଦୟଙ୍କୁ ଗତ ୧୨ ଜାନୁଆରୀରେ ଭୁବନେଶ୍ୱର ସ୍ଥିତ ରମାଦେବୀ ବିଶ୍ୱ ବିଦ୍ୟାଳୟ ଠାରେ ଓଡିଶା ଗୌରବ ସମ୍ମାନରେ ସମ୍ମାନିତ ହୋଇଥିବାରୁ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି । ଏନେଇ ଆଞ୍ଚଳିକ ବସ୍ତ୍ରରାଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।