ବିରି ଓ ହରଡ଼ ବିହନ ହେରଫେର ଅଭିଯୋଗ

ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରୀ ପଞ୍ଚାୟତରେ ଚଳିତ ଖରିଫ ଋତୁରେ ଆସିଥିବା ବିରି ଓ ହରଡ଼ ବିହନରେ ହେର୍ଫେର୍ ହୋଇଥିବା ଅଭିଯୋଗ ହୋଇଛି  । ଏହି ବିହନ ବୁଣିବା ସମୟ ଅତିବାହିତ ହେବାକୁ ଥିବାବେଳେ ମାନଝରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଚାଷୀମାନେ ବିହୀନ ନପାଇ ପାରିବା ଦୁର୍ଭାଗ୍ୟଜନକ କଥା ବୋଲି ଚାଷୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ମାନଝରୀ ଭିଏଡବ୍ଲୁ ଅସେଶ୍ୱର ଦୁର୍ଗା ଫିଲ୍ଡ ପରିଦର୍ଶନ ନକରି ମନ ମୁତାବକ ଅଯୋଗ୍ୟ ହିତାଧୀକାରୀଙ୍କୁ ବିହନ ବଣ୍ଟନ ଓ ଗ୍ରୀଣ୍ଡୋଲ ଗ୍ରାମର ୧୧ ନମ୍ବର ୱାର୍ଡÿରେ ବିହନ ବଣ୍ଟନ କରାଯାଇନଥିବା ବେଳେ ୧୦ ନମ୍ବର ୱାର୍ଡର ୫ ଜଣ ଚାଷୀଙ୍କୁ ବିହନ ବଣ୍ଟନ କରାଯାଇଛି  । ଯାହା ଫଳରେ ଗ୍ରୀଣ୍ଡୋଲ ଗ୍ରାମର ଅନେକ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି  । ଏନେଇ ମାନଝରୀ ଭିଏଡବ୍ଲୁ ଦୁର୍ଗାଙ୍କୁ ଫୋନ୍ ଯୋଗେ ପଚାରିବାରୁ ଗ୍ରୀଣ୍ଡୋଲ ଗ୍ରାମର ୧୦ ନମ୍ବର ୱାର୍ଡକୁ ୫ ଜଣ ଏବଂ ୧୧ ନମ୍ବର ୱାର୍ଡର ୫ ଜଣ ଚାଷୀଙ୍କୁ ବିରି ଓ ହରଡ଼ ବିହନ ପ୍ରଦାନ କରିବାପାଇଁ ଆସିଛି ବୋଲି କହିଥିଲେ  । ଯାହାଫଳରେ ଯେଉଁ ଚାଷୀମାନଙ୍କୁ ବିରି ଓ ହରଡ଼ ବିହନ ମିଳିନାହିଁ ସେମାନେ କ'ଣ ପାଇଁ ବିହନ ପାଇବାରୁ ବଞ୍ଚିତ ହୋଇଛନ୍ତି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି  । ଚାଷୀମାନଙ୍କ ଅଭିଯୋଗକ୍ରମେ ବିହନର ବାଟମାରଣା ହେଉଥିବାରୁ ଜିଲ୍ଲା କୃଷି ଅଧିକାରୀ ଓ ଗୋଲାମୁଣ୍ଡା ବ୍ଲକ କୃଷି ଅଧିକାରୀ ଧ୍ୟାନ ଦେଲେ ଚାଷୀ ଉପକୃତ ହେବେ ବୋଲି ଚାଷୀ ମହଲରେ ଦାବି ହେଉଛି  ।