ଆନେ୍ଦାଳନରେ ମୃତକଙ୍କୁ ସହିଦ୍ ଘୋଷଣା କରାଯିବ : ସୁଶୀଳା
କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ ସୁଶୀଲା କାରକୀ ରବିବାର କହିଛନ୍ତି ଯେ ଗତ ସପ୍ତାହରେ ସରକାର ବିରୋଧୀ ପ୍ରତିବାଦ ସମୟରେ ଦେଶବ୍ୟାପୀ ହିଂସା ଏବଂ ଧ୍ୱଂସରେ ସମ୍ପୃକ୍ତ ଲୋକଙ୍କୁ ନ୍ୟାୟ ଦିଆଯିବ । ସକାଳ ପ୍ରାୟ ୧୧ଟାରେ କାଠମାଣ୍ଡୁର ସିଂହଦରବାର ସଚିବାଳୟରେ ନବନିର୍ମିତ ଗୃହ ମନ୍ତ୍ରଣାଳୟ କୋଠାରେ ଦାୟିତ୍ୱ ଗ୍ରହଣ କରିଥିବା ୭୩ ବର୍ଷୀୟ କାରକୀ ମଧ୍ୟ ଘୋଷଣା କରିଛନ୍ତି ଯେ ‘ଜେନ ଜେଡ' ପ୍ରତିବାଦ ସମୟରେ ମୃତୁ୍ୟବରଣ କରିଥିବା ଲୋକଙ୍କୁ ‘ସହିଦ’ ଘୋଷଣା କରାଯିବ ଓ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।
ଦାୟିତ୍ୱ ଗ୍ରହଣ କରିବା ପରେ ସଚିବ ଓ ବରିଷ୍ଠ ସରକାରୀ ଅଧିକାରୀଙ୍କ ଏକ ବୈଠକରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କାରକୀ କହିଛନ୍ତି ଯେ ଯେଉଁମାନେ ହିଂସାରେ ସଂପୃକ୍ତ ଓ ସରକାରୀ ଏବଂ ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ କରିଛନ୍ତି, ସେମାନଙ୍କୁ ଦଣ୍ଡ ମିଳିବ ।
ଆପଣଙ୍କୁ ଓ ମୋତେ ଦୃଢ଼ ହେବାକୁ ପଡିବ । ଦୁର୍ନୀତି ସମାପ୍ତ କରିବା ପାଇଁ ପ୍ରଦର୍ଶନକାରୀଙ୍କ ଦାବି ପାଳନ କରିବାକୁ ନୂତନ ନେପାଳ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ସେପ୍ଟେମ୍ବର ୯ ତାରିଖରେ ଆନେ୍ଦାଳନ ସମୟରେ ହୋଇଥିବା ଜଳାପୋଡା ଓ ଭଙ୍ଗାରୁଜା ପୂର୍ବ ଯୋଜନାବଦ୍ଧ ଥିଲା । ଜେନ-ଜେଡ ପ୍ରତିବାଦକାରୀମାନେ ଏପରି କାର୍ଯ୍ୟକଳାପରେ ସାମିଲ ନଥିଲେ । ସେ ସାରା ଦେଶରେ ନଷ୍ଟ ହୋଇଥିବା ପୁଲିସ ପୋଷ୍ଟଗୁଡ଼ିକର ମରାମତି ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଏକ ନାରାୟଣ ଆର୍ଯ୍ୟଲଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ସମୟରେ ମୁଖ୍ୟ ସଚିବ ଆର୍ଯ୍ୟଲ ସୂଚନା ଦେଇଛନ୍ତି ଯେ ଆନେ୍ଦାଳନ ସମୟରେ ମୃତୁ୍ୟ ସଂଖ୍ୟା ୭୨ ରେ ପହଞ୍ଚିଛି । ଯେଉଁଥିରେ ତିନି ଜଣ ପୁଲିସ କର୍ମଚାରୀ ମଧ୍ୟ ଅଛନ୍ତି । ଏଥିରେ ୫୯ ଜଣ ପ୍ରତିବାଦକାରୀ ଓ ୧୦ ଜଣ କଏଦୀ ଅଛନ୍ତି ।