ଏଥର ହେବ ଭଲ ବର୍ଷା
ନୂଆଦିଲ୍ଲୀ : ସାରା ଦେଶରେ ଏବେ ଜାରି ରହିଛି ତାତିର ପ୍ରକୋପ । ବିଭିନ୍ନ ସ୍ଥାନରେ ପାରଦ ଉପରମୁହିଁ ରହିଛି । ଏହାରି ଭିତରେ ଆଶ୍ୱସ୍ତିକର ଖବର ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ଆଇଏମଡି ମହାନିଦେ୍ର୍ଦଶକ ମୃତୁ୍ୟଞ୍ଜୟ ମହାପାତ୍ର ଦେଶବାସୀଙ୍କୁ ଦେଇଛନ୍ତି ଭଳ ଖବର । ତାଙ୍କ କହିବା କଥା ଚଳିତ ବର୍ଷ ଭଲ ମୌସୁମୀ ବର୍ଷା ହେବ । ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ବର୍ଷିବ । ସେ ଆହୁରି କହିଛନ୍ତି ଏହାର କାରଣ ହେଉଛି ଏଲ୍ ନିନୋର ପ୍ରଭାବ ସ୍ତର ହ୍ରାସ ପାଇବା । ଖାସ୍ ସେଥିପାଇଁ ମୌସୁମୀ ଆସିବାକୁ ଉତ୍ତମ ପରିବେଶର ସୃଷ୍ଟି ହେବ । ଫଳରେ ଭଲ ବର୍ଷା ହେବ ।
ଏପ୍ରିଲ ମାସରେ ଦେଶର ଅନେକ ଅଞ୍ଚଳରେ ବଢିଛି ତାତିର ପ୍ରକୋପ । ଖରା, ଗରମ ଯୋଗୁଁ ଲୋକମାନେ ବହୁତ ଅବସ୍ଥାର ସମ୍ମୁଖୀନ ହେଉଛନ୍ତି । ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ବର୍ଷା ହୋଇପାରେ । କହିବାକୁ ଗଲେ ଭାରତର କୃଷି କ୍ଷେତ୍ର ପାଇଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ଦେଶରେ ୭୦ ପ୍ରତିଶତ ବାର୍ଷିକ ଆଭରଣ ଭରଣା କରେ । ଦେଶରେ ଜିଡିପିରେ କୃଷି କ୍ଷେତ୍ରର ଅବଦାନ ପ୍ରାୟ ୧୪ ପ୍ରତିଶତ ଏବଂ ଜନସଂଖ୍ୟା ପ୍ରାୟ ୧.୪ ବିଲିୟନ । ଆଇଏମଡି ମୁଖ୍ୟ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଲା ନିନୋ ପରିସ୍ଥିତି ଦ୍ଭ ୭ ପୃଷ୍ଠାରେ...