ରାଜ୍ୟରେ ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଡିସେମ୍ବର ୨୫ ତାରିଖରୁ ଖୋଲିବ ଧାନ ମଣ୍ଡି । ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି । ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ସରକାର ଧାନ ନେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ମିଲରମାନଙ୍କୁ ଗୋଦାମ ଖାଲି କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଗୋଦାମ ଖାଲି ହେଲାଣି, ଯେବେ ଧାନ ରେଡି ହୋଇଯିବ ସେବେ ମଣ୍ଡି ଖୋଲିବ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଧାନ ଚାଷ ହେଇଛି । ଯେଉଁମାନେ ପଞ୍ଜିକରଣ କରିଛନ୍ତି ସମସ୍ତଙ୍କ ଠାରୁ ଧାନକିଣା ହେବ । ୧୦୦ଟି ମଡେଲ ମଣ୍ଡି ପାଇଁ ସରକାର ଯୋଜନା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୮ଟି ମଡେଲ ମଣ୍ଡି ଖୋଲାହେବ । ଏ ନେଇ ସରକାର ୩୧୩ କୋଟି ଟଙ୍କା ଓବିସିସିକୁ ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୬୨ଟି ମଡେଲ ମଣ୍ଡି ଖୋଲାଯିବ । ଦୁଇ ବର୍ଷ ଭିତରେ ୧୦୦ଟି ମଡେଲ ମଣ୍ଡି ସମ୍ପୂର୍ଣ୍ଣ ହେବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି ।