ରାଜ୍ୟରେ ଟୁ୍ୟସନ୍ ଯାଉଛନ୍ତି ୫୭% ପିଲା 

ରାଜ୍ୟରେ ଟୁ୍ୟସନ୍ ଯାଉଛନ୍ତି ୫୭% ପିଲା 

ଭୁବନେଶ୍ୱର: ଦେଶରେ ପ୍ରାକ୍ ପ୍ରାଥମିକରୁ ନେଇ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ପଢୁଥିବା ପିଲାମାନଙ୍କ ମଧ୍ୟରୁ ୨୭% ଟୁ୍ୟସନ୍ ବା ବେସରକାରୀ କୋଚିଂ ନେଇଥା’ନ୍ତି  । ଯେତେବେଳେକି ଓଡ଼ିଶାର ସେହି ହାର ୫୭% ରହିଛି  । ସବୁଠାରୁ ବଡ଼ କଥା ହେଉଛି, ସହରାଞ୍ଚଳର ୧୩% ଓ ଗ୍ରାମାଞ୍ଚଳର ୧୦% ପିଲା ପ୍ରାକ୍ ପ୍ରାଥମିକ ଶିକ୍ଷା ବେଳରୁ ହିଁ ଟୁ୍ୟସନ ଯାଉଛନ୍ତି  । ପ୍ରାକ୍ ପ୍ରାଥମିକ ଶିକ୍ଷା ପାଇଁ ଓଡ଼ିଶାର ଗ୍ରାମାଞ୍ଚଳରେ ୩୮.୪% ପୁଅ ଓ ୨୫.୬% ଝିଅ କୋଚିଂ ବା ଟୁ୍ୟସନକୁ ଯାଆନ୍ତି  । ସେହିପରି ବିଭିନ୍ନ ସ୍ତରରେ ପଢୁଥିବା ପିଲାମାନଙ୍କ ଟୁ୍ୟସନ୍ ଓ କୋଚିଂ ପାଇଁ ୪୬୧୦ ଟଙ୍କାରୁ ୧୭୩୨୩ ଟଙ୍କା ଖର୍ଚ୍ଚ ହେଉଛି  । ଓଡ଼ିଶାରେ ଏହି ହାର ୩୦୯୨ ଟଙ୍କାରୁ ୨୪୪୦୪ ଟଙ୍କା ରହିଛି  । କୋଚିଂ ଖର୍ଚ୍ଚରେ ପ୍ରଥମ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି  । ଗୋଟିଏ ଶିକ୍ଷାବର୍ଷରେ ଏଥିପାଇଁ ଓଡ଼ିଶାରେ ଅଭିଭାବକମାନେ ହାରାହାରି ୮୮୯୮ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଗୁଜୁରାଟ୍ରେ ସର୍ବାଧିକ ୧୪୫୪୫ ଟଙ୍କା ଖର୍ଚ୍ଚ ହେଉଛି  ।
କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ପ୍ରାକ୍ ପ୍ରାଥମିକ ଶିକ୍ଷା ପାଇଁ ଓଡ଼ିଶାର ଗ୍ରାମାଞ୍ଚଳରେ ୩୮.୪% ପୁଅ ଓ ୨୫.୬% ଝିଅ କୋଚିଂ ବା ଟୁ୍ୟସନକୁ ଯାଆନ୍ତି  । ଗ୍ରାମାଞ୍ଚଳରେ ମୋଟ୍ ଉପରେ ୩୨.୧% ପିଲା ଟୁ୍ୟସନ ଯାଇଥା’ନ୍ତି  । ଅପରପକ୍ଷରେ ସହରାଞ୍ଚଳରେ ୩୯.୭% ପୁଅ ଓ ୫୫% ଝିଅ ଟୁ୍ୟସନକୁ ଯାଉଥିବାବେଳେ ମୋଟ୍ ଉପରେ ଏହି ହାର ୪୮.୭% ରହିଛି  । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ହିସାବକୁ ନେଲେ ଏହା ୩୪.୨% ରହିଛି  । ପ୍ରାଥମିକ ଶିକ୍ଷା ପାଇଁ ଗ୍ରାମାଞ୍ଚଳର ୫୯.୮% ଓ ସହରାଞ୍ଚଳର ୬୦.୮% ଟୁ୍ୟସନ ଯାଇଥା’ନ୍ତି  । ଗାଁ ଓ ସହରକୁ ମିଶାଇଲେ ରାଜ୍ୟରେ ଏହି ହାର ୫୯.୭% ରହିଛି  । ଉଚ୍ଚ ପ୍ରାଥମିକ କ୍ଷେତ୍ରରେ ଗ୍ରାମାଞ୍ଚଳରେ ୬୦%, ସହରାଞ୍ଚଳରେ ୭୦%, ଏହିପରି ଭାବେ ହାରାହାରି ୬୩% ପିଲା ଟୁ୍ୟସନ ଉପରେ ନିର୍ଭରଶୀଳ  । ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଗ୍ରାମାଞ୍ଚଳରେ ୬୮.୯% ଓ ସହରାଞ୍ଚଳରେ ୬୭.୬% ପିଲା ଟୁ୍ୟସନ ହେଉଥିବାବେଳେ ମୋଟ୍ ଉପରେ ଏହି ହାର ୬୮.୭% ରହିଛି  । ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଗ୍ରାମାଞ୍ଚଳରେ ୩୫.୩%, ସହରାଞ୍ଚଳରେ ୮୦.୭% ପିଲା ଟୁ୍ୟସନ ହୋଇଥା’ନ୍ତି  । 
ସେହିପରି ପ୍ରାଥମିକ ଶିକ୍ଷା ପାଇଁ ଓଡ଼ିଶାର ଗ୍ରାମାଞ୍ଚଳରେ ପିଲା ପିଛା ୩୦୯୨ ଟଙ୍କା ଏବଂ ସହରାଞ୍ଚଳରେ ୫୧୫୩ ଟଙ୍କା, ଏହିପରି ଭାବେ ରାଜ୍ୟରେ ଦ୍ଭ ୭ ପୃଷ୍ଠାରେ...ପିଲା ପିଛା ୩୪୨୫ ଟଙ୍କା ଖର୍ଚ୍ଚ ହେଉଛି  । ଉଚ୍ଚ ପ୍ରାଥମିକ କ୍ଷେତ୍ରରେ ତାହା ଗ୍ରାମାଞ୍ଚଳରେ ୩୮୧୨ ଟଙ୍କା, ସହରାଞ୍ଚଳରେ ୧୧୧୬୦ ଟଙ୍କା ରହିଛି  । ହାରାହାରି ରାଜ୍ୟରେ ଏହି ଖର୍ଚ୍ଚ ୫୯୮୭ ଟଙ୍କା ଅଛି  । ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଗ୍ରାମାଞ୍ଚଳରେ ଟୁ୍ୟସନ ପାଇଁ ୫୯୬୫ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସହରାଞ୍ଚଳରେ ତାହା ୧୦୨୨୯ ଟଙ୍କା ରହିଛି  । ମୋଟ୍ ଉପରେ ଓଡ଼ିଶାରେ ଏହି ହାର ୬୮୦୪ ଟଙ୍କା ଅଛି  । ଏତଦବ୍ୟତୀତ ଉଚ୍ଚ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ଗ୍ରାମାଞ୍ଚଳରେ ୪୨୯୯ ଟଙ୍କା ଓ ସହରାଞ୍ଚଳରେ ୨୪୪୦୪ ଟଙ୍କା ଥିବାବେଳେ ହାରାହାରି ରାଜ୍ୟରେ ତାହା ୧୦୪୦୧ ଟଙ୍କା ଅଛି  ।  
ଦେଶର ତଥ୍ୟକୁ ଆକଳନ କଲେ, ପ୍ରାକ୍ ପ୍ରାଥମିକ ଶିକ୍ଷାରେ ଗ୍ରାମାଞ୍ଚଳରେ ୧୦.୭% ଓ ସହରାଞ୍ଚଳରେ ୧୩.୬% ପିଲା ଟୁ୍ୟସନ ଯାଇଥା’ନ୍ତି  । ସେହିପରି ପ୍ରାଥମିକ ଶିକ୍ଷା ପାଇଁ ଗ୍ରାମାଞ୍ଚଳରେ ୨୧.୬% ଓ ସହରାଞ୍ଚଳରେ ୨୬.୬%, ଉଚ୍ଚ ପ୍ରାଥମିକ କ୍ଷେତ୍ରରେ ଗ୍ରାମାଞ୍ଚଳରେ ୨୯.୧% ଓ ସହରାଞ୍ଚଳରେ ୩୧% ପିଲା ଟୁ୍ୟସନ ଯାଇଥା’ନ୍ତି  । ମାଧ୍ୟମିକ ଶିକ୍ଷାରେ ଗାଁରେ ୩୬.୭% ଓ ସହରାଞ୍ଚଳରେ ୪୦.୨% ପିଲା ଟୁ୍ୟସନ ହେଉଥିବାବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଗାଁରେ ୩୩.୧% ଓ ସହରରେ ୪୪.୬% ପିଲା କୋଚିଂ ନେଇଥା’ନ୍ତି  । 
ପ୍ରାକ୍ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଟୁ୍ୟସନ ପାଇଁ ହରିୟାଣା ଓ କେରଳରେ ଅଧିକ ଅର୍ଥ ଖର୍ଚ୍ଚ କରାଯାଉଥିବାବେଳେ ବିହାର ଓ ପଶ୍ଚିମବଙ୍ଗର ଅଧିକ ପିଲାଙ୍କୁ ଟୁ୍ୟସନ ପଠାଯାଉଛି  । ତେବେ ଝାରଖଣ୍ଡ, ଉତ୍ତରପ୍ରଦେଶ ଓ ଓଡ଼ିଶାରେ ଏବାବଦରେ କମ୍ ଅର୍ଥ ଖର୍ଚ୍ଚ କରାଯାଉଛି  । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଗୁଜୁରାଟ ଓ ଆସାମରେ ପିଲାମାନଙ୍କ ଟୁ୍ୟସନ ପାଇଁ ଅଧିକ ଖର୍ଚ୍ଚ ହେଉଛି  । ଯେତେବେଳେକି ଉଚ୍ଚ ପ୍ରାଥମିକ କ୍ଷେତ୍ରରେ ଦିଲ୍ଲୀ, ମହାରାଷ୍ଟ୍ର, ଓଡ଼ିଶା ଓ କର୍ଣ୍ଣାଟକରେ ଟୁ୍ୟସନ ଖର୍ଚ୍ଚ ଢ଼େର ବଢ଼ିଯାଇଛି  ।