ଆମଦ୍ୱାର ସମସ୍ତଙ୍କ ପାଇଁ ଖୋଲା; ମୁଖ୍ୟମନ୍ତ୍ରୀ
ବ୍ୟାସନଗର : ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀଙ୍କୁ ଦରଖାସ୍ତଟିଏ କରିବା ତ ଦୂରର କଥା, ଦେଖା କରିବାକୁ ସୁଯୋଗଟିଏ ମିଳୁନଥିଲା । କିନ୍ତୁ ବର୍ତମାନର ସରକାରର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଖୋଲା । ସେଥିମଧ୍ୟମରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ଅନ୍ୟତମ । ସାଧାରଣ ଲୋକଟିଏ ତାର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଆଜିଦିନରେ କୈାଣସି ସମସ୍ୟା ନାହିଁ । ଲୋକଙ୍କ ସମସ୍ୟାର ସମାଧାନ ତତକ୍ଷଣାତ କରାଯାଉଛି । ଯାହା ପୂର୍ବ ସରକାରରେ ଦେଖିବାକୁ ମିଳୁନଥିଲା । ଗତ ସରକାରରେ ମହିଳା ମାନଙ୍କୁ ଶସକ୍ତ କରିବା ଆଳରେ ଋଣଗସ୍ତ କରାଯାଉଥିଲା । କିନ୍ତୁ ଏବର ସରକାର ମହିଳାଙ୍କୁ ସ୍ୱାବଲମ୍ବି କରିବାରେ ଚେଷ୍ଟିତ । ଯାଜପୁର ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ କି ସାମାଜିକ ଓ ଅର୍ଥନୀତି ପ୍ରଗତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶିଳ୍ପଭରା ଯାଜପୁର ଓଡ଼ିଶା ନୁହେଁ ଭାରତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଠି କରିଛି । ଏହି ଅବକାଶରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମନ୍ତବ୍ୟ ରଖି କହିଥିଲେ କି ଯାଜପୁର ଉପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଠି ରହିଛି । ପାର୍ଚୁଯ୍ୟରେ ଭରା ଯାଜପୁର । ଯାଜପୁରର ମାଟି ତଳେ ଭରି ରହିଛି ମୂଲ୍ୟବାନ ଖଣିଜ ସଂପଦ । କଳିଙ୍ଗନଗର ଶିଳ୍ପାଂଚଳ ଯାଜପୁରକୁ ରାଜ୍ୟ ଓ ରାଜ୍ୟ ବାହାରେ ସ୍ୱତନ୍ତ୍ର ପରିଚୟ ପରିଚୟ ଦେଇଛି । ରାଜ୍ୟ ବିକାଶରେ ଯାଜପୁରର ସହଭାଗୀତା ବେଶ ଗୁରୁତ୍ୱପୂର୍ଣ୍ଣ । ଯାଜପୁର ଜିଲାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶେଷ ଦୃଷ୍ଟି ଦେଇଛନ୍ତି । ସରକାର ଗଠନ ପରେ ବିଗତ ୭ମାସରେ ମୁଖ୍ୟମନ୍ତ୍ରୀ ୩ଥର ଯାଜପୁର ଗସ୍ତ କରିବା ହେଉଛି ତାହାର ପ୍ରମାଣ । ଯାଜପୁର ଜିଲାର କିପରି ସାମଗ୍ରିକ ବିକାଶ ହୋଇପାରିବ, ସେଦିଗରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ବଦ୍ଧ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ବ୍ୟାସନଗର ଚାନ୍ଦମା ପଡ଼ିଆରେ ଅନୁଷ୍ଠିତ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ ମଂଚରେ କହିଛନ୍ତି ।