କାୟାକଳ୍ପ ଟିମର ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ଧରାକୋଟ: ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ଟିମ୍ ପରିଦର୍ଶନ କରି ଆନୁଷଙ୍ଗିକ ପରିବେଶ, ସ୍ୱଚ୍ଛତା, ସରକାରୀ ଯୋଜନା ଗୁଡ଼ିକର ସଫଳତା କିପରି ସେ ବିଷୟରେ ଅବଗତ ହୋଇଛନ୍ତି । ଏହି ଟିମରେ ରାଜ୍ୟସ୍ତରରୁ ଡ ରାମକୃଷ୍ଣ ଶତପଥୀ, ଅନୁଜା ବେହେରା ଓ ଡ ସମ୍ବିତ ଜେନା ରହିଥିବାବେଳେ ଜିଲ୍ଲାସ୍ତରରୁ ସୁଜିତ କୁମାର କାର୍ଜୀ ଓ ସୁଧୀର କାନ୍ତି ବେହେରା ସାମିଲ ହୋଇଥିଲେ  । ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଭାରପ୍ରାପ୍ତ ଚିକିସôାଧିକାରୀ ଡ. ଅଶୋକ, ଡ. ନିବେଦିତା ସାହୁ, ଡ. ଶୁଭମ ବାରା, ଡ ସୌମ୍ୟ ଗୌଡ଼, ଡ. ବିମଳେନ୍ଦୁ ପଣ୍ଡା ଓ ବିକାଶ ନାୟକ ଉପସ୍ଥିତ ରହିଥିଲେ । ଫାର୍ମାସିଷ୍ଟ ସୌଭାଗ୍ୟ ନାୟକ, କେଦାରନାଥ ଆଚାର୍ଯ୍ୟ, ବିଜୟଲକ୍ଷ୍ମୀ ସାହୁ, ବିପିଏମ ଗୋଲକ ନାରାୟଣ ଗାରିଆଗାଡୁ, ସଞ୍ଜୟ ମହାରଣା, ଆଶୁତୋଷ ସାହୁ,ଅଞ୍ଜନା ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ରହିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁନ୍ଦର ପରିବେଶ ସହ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଟିମ ସଦସ୍ୟମାନେ ପରାମର୍ଶ ଦେଇଥିଲେ । ଏହି ଅବସରରେ ସମସ୍ତ ନିର୍ମଳ କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ନର୍ସ ଅଫିସରମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।