ଆମ୍ବୁଲାନ୍ସକୁ ଧକ୍କା ଦେଲା ପିକ୍ଅପ୍

 ପାଣିକୋଇଲି : କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ୱର ଜାତୀୟ ରାଜପଥର ଧନପୁର ଛକ ନୋବେଲ ଗ୍ୟାସ ସାମ୍ନାରେ ଶବ ନେଇ ଆସୁଥିବା ଆମ୍ବୁଲାନ୍ସକୁ ଧକଦେଲା ପିକ୍ଅପ୍ ଭ୍ୟାନ । ସୂଚନା ମୁତାବକ କଟକ ବଡ଼ମେଡ଼ିକାଲରୁ ନିଜ ବାପର ଶବକୁ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଅଣୁଥିବା ବେଳେ  ଧନପୁର ଛକ ନୋବେଲ ଗ୍ୟାସ ସାମ୍ନାରେ ପାଣିକୋଇଲିରୁ କେଉଁଝର ଅଭିମୁଖେ ଯାଉଥିବା ପିକଅପ ଭ୍ୟାନଟି ଉକ୍ତ ଆମ୍ବୁଲାନ୍ସଟିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ମୃତକଙ୍କ ପୁଅ ଶୁଭମ ଗୁରୁତର ଭାବେ ଆହତ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପାଣିକୋଇଲି ପୁଲିସ ଓ ସ୍ୱେଚ୍ଛାସେବୀ ସଂଗଠନ ଆମେ ଆପଣଙ୍କପାଇଁ ହେଲପିଂ ଗ୍ରୁପ୍ର ସଦସ୍ୟ ଗୁରୁତରଙ୍କୁ ଡାକ୍ତରଖାନା ପଠାଇଥିଲେ । ଖବର ପାଇ କୋରେଇ ପୁଲିସ୍ ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣା ଘଟିଥିବା ଆମ୍ବୁଲାନ୍ସ ଟିରୁ ଶବଟିକୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ପଠାଇବା ସହିତ ପିକଅପ୍ ଭ୍ୟାନର ଚାଳକକୁ ନିଜ ହେପାଜତକୁ ନେବାସହ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିଥିଲେ ।