ମହିଳାଙ୍କୁ ମରଣାନ୍ତକ ଆକ୍ରମଣ
ଆସିକା: ପୁଲିସର ଆଭିଯୋଗ ହୋଇଥିଲେ ମଧ୍ୟ ଠିକଣା ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସମ୍ପର୍କିୟଙ୍କ ଆକ୍ରମଣରେ ୩୨ ବର୍ଷୀୟା ମହିଳା ସୁନି ପାଢ଼ୀ ଜୀବନ ମରଣ ସହ ସଙ୍ଘଷ କରୁଛନ୍ତି ମେଡିକାଲରେ । ସୂଚନା ପ୍ରକାରେ ସୋରଡା ଥାନା ଅନ୍ତର୍ଗତ ପୁଷ୍ପ ନଗର ଗ୍ରାମର ସୁନି ପାଢ଼ୀ ସେଠିକା ଏକ ସରକାରୀ ଜମିରେ ଚାଷବାସ କରୁଥିଲେ । ଉକ୍ତ ଜାଗାରେ ମହିଳାଙ୍କ ଦେଢଶୁର, ଦିଆର କୁଆଡେ ଘର କରିବାକୁ ନେଇ ମହିଳାଙ୍କ ପକ୍ଷରୁ ବିରୋଧ କରୁଥିଲେ । ସେଠୁ ଆଜି ଏହି ବିବାଦ ଉପୁଜିଥିଲା ଆଉ ଉଗ୍ରରୂପ ନେଇଥିଲା । ପ୍ରଥମେ ବଚସା ପରେ ହାତାହାତୀ ପଯ୍ୟନ୍ତ କଥା ଯାଇଥିଲା । ମହିଳାଙ୍କୁ ସଂଘବଧ ଆକ୍ରମଣ ହେବାରୁ ସେ ଗୁରୁତର ଆହାତ ହୋଇ ଆସିକା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଆହତ ସୁନି ପାଢିଙ୍କ ବୟାନ ପ୍ରକାରେ ତାଙ୍କ ଦିଅର ଓ ଦେଢ଼ଶୁର ସମେତ ୭ ଜଣ ମିଶି ତାଙ୍କ ଘରେ ପଶି କୁରାଢ଼ୀ, ଠେଙ୍ଗାବାଡି ଓ କୋଦାଳ ସାହାଯ୍ୟ ରେ ଆକ୍ରମଣ କରିଥିଲେ । ଏବେ ସେ ଆସିକା ମେଡିକାଲରେ ଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ପଠା ଯାଇଛି ।