ଯୋଗ ପ୍ରଶିକ୍ଷଣ ଶିବିର

 ଜୟପୁର : ଚଳିତ ଜୁନ୍ ୨୧ ତାରିଖ  ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଜୟପୁର ଅରବିନ୍ଦ ନଗର ବିଦ୍ୟା ମନ୍ଦିର ପରିସରରେ ରାଜ୍ୟ ଯୋଗ ମହୋତ୍ସବ ସମିତି ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଯୋଗ ପ୍ରଶିକ୍ଷକ ଜୟସେନ ମହନ୍ତ ଏବଂ ସୁରେଶ ନନ୍ଦ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ସଭ୍ୟମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନଗର କାର୍ଯ୍ୟବାହ  ଡ.ମୋନରଞ୍ଜନ ପ୍ରଧାନ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।