କାନପୁର ବୃହତ ଜଳ ସେଚନ ପ୍ରକଳ୍ପ, ସମୀକ୍ଷା ଜୁଲାଇ ୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ
ାା ପ୍ରଭାନୁ୍ୟଜ ।ା କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଦେ୍ର୍ଦଶକ୍ରମେ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ନିର୍ମାଣଧିନ କାନପୁର ଡ୍ୟାମ ପରିଦର୍ଶନ କରି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ସ୍ଥିତ ମୁଖ୍ୟ ଅଭିଯୋଗ ଶୁଣାଣୀ ଅଧିକାରୀ ହିମାଂଶୁ ଶେଖର ସାହୁ, ଦିଲ୍ଲୀପ କୁମାର ପଣ୍ଡା ପଣ୍ଡାଙ୍କ ସମେତ କାନପୁର ଡ୍ୟାମର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ପ୍ରସାଦ ରଞ୍ଜନ ପଣ୍ଡା, ଓସିସି ପରିଚାଳନା ନିଦେ୍ର୍ଦଶକ ବିଭୂତି ଭୂଷଣ ଦାସ, ଜଳ ସମ୍ପଦ ବିଭାଗର ଚିଫ୍ ଇଞ୍ଜିନିୟର(ମେକାନିକାଲ) ଇଂ ବିରେନ୍ଦ୍ର କୁମାର ପଟ୍ଟନାୟକ, ଓସିସି ଜେନେରାଲ ମ୍ୟାନେଜର ପ୍ରତାପ ଚୌଧୁରୀ, କାନପୁର ଡ୍ୟାମର ଅଧିକ୍ଷଣ ଯନ୍ତ୍ରୀ ପ୍ରମୁଖ ଡ୍ୟାମ ପରିଦର୍ଶନ କରିଥିଲେ । ମୁଖ୍ୟ କେନାଲ କାମ ୮୧ କିଲୋମିଟର ମଧ୍ୟରୁ ୭୦ କିଲୋମିଟର କାର୍ଯ୍ୟ ସରିଥିବାବେଳେ ବାକି କାମ ୩ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
ଡ୍ୟାମର ସମସ୍ତ ବାକି ଥିବା ଆନୁସଙ୍ଗିକ କାମ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେବା ପରେ ଏହି ବୈଷୟିକ ଟିମ ଡ୍ୟାମ ଅଂଚଳ ପରିଦର୍ଶନ କରିଛି । ଡ୍ୟାମ କାମ ଜୁଲାଇ ୨୫ ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେବା ପରେ ଏଥିପାଇଁ ଏକ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇ ୧ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡା ବ୍ଲକ ବାସୁଦେବପୁରଠାରେ ଥିବା ବୈ÷ତରଣୀ ନଦୀରେ ନିର୍ମାଣଧିନ ଏହି ବୃହତ ଜଳସେଚନ ପ୍ରକଳ୍ପ ୨୦୦୬ ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ୧୮ ବର୍ଷ ହେବ ଏହି ପ୍ରକଳ୍ପ କାମ ଚାଲିଥିଲେ ମଧ୍ୟ ସରିବାରେ ବହୁ ବିଳମ୍ବ ହେଉଥିବାରୁ ଚାଷୀଙ୍କ କାମରେ ଲାଗି ପାରୁନାହିଁ । ଏହି ଡ୍ୟାମ ଶେଷ ହେଲେ ଚାଷୀମାନେ କେବଳ ବର୍ଷା ଜଳ ଉପରେ ନିର୍ଭରଶୀଳ ନ ହୋଇ ଜଳସେଚନ ପ୍ରକଳ୍ପ ଦ୍ୱାରା ଅଧିକ ଉପକୃତ ହୋଇ ପାରିବେ । ଧାନ ଚାଷ ସହ ରବି ଫସଲ କରି ଚାଷୀକୂଳ ଲାଭବାନ ହୋଇପାରିବା ସହ ପନିପରିବା ଚାଷ କରି କୃଷି ଉତ୍ପାଦନ କ୍ଷେତ୍ରରେ ଏହି ଜିଲ୍ଲାର ଚାଷୀମାନେ ମଧ୍ୟ ସ୍ୱାବଲମ୍ବୀ ହୋଇପାରିବେ । କୃଷି ଉପରେ ନିର୍ଭର କରୁଥିବା କେନ୍ଦୁଝର ଜିଲ୍ଲାର ଯୋଡା, ଚମ୍ପୁଆ, ଝୁମ୍ପୁରା, ପାଟଣା ଓ କେନ୍ଦୁଝର ସଦର ବ୍ଲକର ୨୪୪ ଗ୍ରାମର ଲକ୍ଷାଧିକ କୃଷକ ଏହି ପ୍ରକଳ୍ପର ପୂର୍ଣ୍ଣାଙ୍ଗ କାର୍ଯ୍ୟକୁ ଅନାଇ ବସିଛନ୍ତି । କାନପୁର ବୃହତ ନଦୀ ବନ୍ଧ କାର୍ଯ୍ୟକାରୀ ହେଲେ ୫ଟି ବ୍ଲକର ୨୯୫୭୮ ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା ହୋଇପାରିବା ସହ ୩ ମେଗାୱାଟ ହାଇଡ୍ରୋ ପାୱାର ଉତ୍ପାଦନ ହେବ । ଅଦ୍ୟାବଧି ଏହି ପ୍ରକଳ୍ପରେ ୨୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି ।