ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଦୀପଦାନ
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଭାରତରନô ସମ୍ବିଧାନ ପ୍ରଣେତା ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ ସାମୂହିକ ଦୀପଦାନ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ଗୀତାଞ୍ଜଳି ସେଠୀଙ୍କ ନେତୃତ୍ୱରେ ପୁରୁଣା ବାସଷ୍ଟାଣ୍ଡ ଓ ହାଇସ୍କୁଲ ପଡିଆ ନିକଟସ୍ଥ ବାବା ସାହେବ ଆମ୍ବେଦକରଙ୍କ ପରିସରରେ ସ୍ୱଛଭାରତ ଅଭିଯାନ କରାଯିବା ସହ ଦୀପଦାନ କରାଯାଇଥିଲା । ଏଥିରେ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ବୈଦ୍ୟନାଥ ଚାଟାର୍ଜୀ, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଝିଲି ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଅମିତାଭ ସୁଆର, ନଗର ସଭାପତି ପ୍ରଭାତ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ପତି, ଲକ୍ଷ୍ମୀକାନ୍ତ ସାହୁ, ନାରାୟଣ ପ୍ରସାଦ ସିଂ, ଲୋକନାଥ ଦାସ, ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଦୀପକ କୁମାର ପୁଷ୍ଟି ପ୍ରମୁଖ ବହୁ ବିଜେପି କର୍ମୀ ଅଂଶ ଗ୍ରହଣ କରିଥିଲେ ।