ଓଡ଼ିଶା କୃଷକ ସଭା ତରଫରୁ ୩ ଦଫା ଦାବିପତ୍ର
କେନ୍ଦ୍ରାପଡା : ଓଡିଶା କୃଷକ ସଭା (ଏ.ଆଇ.କେ.ଏସ) କେନ୍ଦ୍ରାପଡା ଶାଖା ତରଫରୁ ୨୦୨୪-୨୫ ସରକାରୀ ଧାନକ୍ରୟ ଅବ୍ୟବସ୍ଥା ସଂପର୍କରେ ଅତିରିକ୍ତ ଜିଲ୍ଲପାଳ ନିଲୁ ମହାପାତ୍ରଙ୍କୁ ୩ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ ସଂଗ୍ରହ ସମୟରେ ଚାଷୀର ଝୋଟ ବସ୍ତା ପ୍ୟାକେଟ ଫେରସ୍ତ ବା ତାର ମୂଲ୍ୟ ପ୍ରଦାନ କରିବା, ପିକୃତ ଧାର୍ଯ୍ୟ କୋଟାରେ ସଂଗ୍ରହ ହୋଇ ନଥିବା ଅବଶିଷ୍ଟ ପରିମାଣ ର ଧାନକୁ ଚାଷୀଙ୍କ ଠାରୁ ସରକାରୀ ଦର ରେ କ୍ରୟ କରାଯିବା, ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ କ୍ରୟ ସମୟରେ ହୋଇଥିବା ଦୁର୍ନିତିର ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ପ୍ରଦାନ କରିବା ଅଦି ଦାବି ଗୁଡିକ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ବିଜୟ ଦାସ, ସହଦେବ ଦାସ, କଳ୍ପତରୁ ପଲାଇ, ସରୋଜକା" ସାହାଣୀ, ପ୍ରଶା" ପଲାଇ, ଗୟାଧର ଧଳ, ଦାଶରଥୀ ସାହୁ, ରଶ୍ମି ରନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।