ଓଁକାର ସଙ୍ଗୀତ ସରଣୀର ବାର୍ଷିକ ଉସବ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ନରିଲୋ ଠାରେ ଆଞ୍ଚଳିକ ଓଁକାର ସଂଗୀତ ସରଣୀର ୨୩ ତମ ବାର୍ଷିକ ଉସôବ କଣ୍ଠଶିଳ୍ପୀ ବିପୀନ ବିହାରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏବଂ ନାରାୟଣ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ବୀଣାପାଣି ଚଷଣ୍ଡିଖୋଲ କଳାପୀଠ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଗୌରାଙ୍ଗ ଚରଣ ଜେନା ଅନ୍ୟାନ୍ୟ ବହୁ ମଞ୍ଚାସୀନ ଅତିଥି ମାନଙ୍କ ଗ୍ରହଣରେ ଯୋଗଦେଇ ସଂଗୀତ ଶିକ୍ଷଦାନ କରୁଥିବା ଛାତ୍ର, ଛାତ୍ରୀ ମାନଙ୍କ ସହାୟତାରେ ଦେଶାତ୍ମବୋଧକ ସଂଗୀତ ଗାନ କରାଯିବା ପରେ ପରେ ଶାସ୍ତ୍ରୀୟ ସଂଗୀତ, ନୁର୍ତ୍ୟ ପ୍ରଭୃତି  ପ୍ରତିଯୋଗିତା ମାନ କରାଯାଇ ସେଥିରେ ପ୍ରାରଙ୍ଗମତା ଅର୍ଜନ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥିମାନେ ମାନପତ୍ର ଦେଇ ପୁରସ୍କୃତ କରିଥିଲେ  । ଅନୁଷ୍ଠାନର ସମ୍ପାଦକ ଶରତ ଚନ୍ଦ୍ର ଧଳ ମଞ୍ଚ ପରିଚାଳନା କରିଥିବା ବେଳେ ନିମନ୍ତ୍ରିତ ଅତିଥିମାନେ ସଂଗୀତ ଜଗତରେ ରହିଥିବା ସେମାନଙ୍କର ପାରଦର୍ଶିତା ଓ ବିଶେଷତ୍ୱ ସମ୍ଭନ୍ଧରେ ବିଭିନ୍ନ ଆଲୋଚନା ଏବଂ ପ୍ରାର୍ଯ୍ୟାଲୋଚନା କରିଥିଲେ  ।