ସାହାଣୀ କପ ଫୁଟବଲ୍ :    ପ୍ରଥମ ମ୍ୟାଚ୍ରେ କଟକ, ଦ୍ୱିତୀୟରେ ଖୋର୍ଦ୍ଧା ବିଜୟୀ

 ରାଜକନିକା: ରାଜକନିକା ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡ଼ା ସଂସଦ ଓ ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା ସହଯୋଗରେ ରାଜକନିକା ଆର୍ ଏନ ହାଇସ୍କୁଲ୍ ମିନି ଷ୍ଟାଡିଅମରେ ଚାଲିଥିବା ୬୪ ତମ ସିନିଅର ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିନ ଖେଳ ଅନୁଷ୍ଠିତ ହୋଇଛି । ପ୍ରଥମ ମ୍ୟାଚ କଟକ ଓ ପୁରୀ ମଧ୍ୟରେ ହୋଇଥିବା ବେଳେ ଏଥିରେ କଟକ ୫-୦ ଗୋଲ ବିଜୟୀ ହୋଇଛି । ସେହିପରି ଦ୍ୱିତୀୟ ମ୍ୟାଚ୍ରେ ପାରାଦୀପ ପୋର୍ଟ ଓ ଖୋର୍ଦ୍ଧା ମଧ୍ୟରେ ଲଢ଼େଇ ହୋଇଥିଲା । ଏଥିରେ ଖୋର୍ଦ୍ଧା ୪- ୩ ଗୋଲରେ ବିଜୟୀ ହୋଇଛି ।
ଆଜି ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ରାଉତ, ସମାଜସେବୀ ପବିତ୍ର ରାଉତ ଯୋଗ ଦେଇଥିଲେ । ଏହି ଅବସରରେ ରାଜକନିକା ଆଥଲେଟିକ ଆସୋସିଏସନ ଉପସଭାପତି ପ୍ରଫେସର ବୈକୁଣ୍ଠ ନାଥ ପରିଡା ଓ କପିଳେନ୍ଦ୍ର ମଲ୍ଲିକ, ସାଧାରଣ ସମ୍ପାଦକ ଅଜୟ ନାୟକ, ଯୁଗ୍ମ ସମ୍ପାଦକ ପ୍ରାଣବନ୍ଧୁ ରାଉତ ଓ ଡ.ଫକୀର ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାୟକ, ମିଡିଆ ସମ୍ପାଦକ ଅଜୟ ରାଉତ, ଉପଦେଷ୍ଟା ଆଦିକନ୍ଦ ଦାସ,ପାରାଦ୍ୱୀପ ପୋର୍ଟ ଫୁଟବଲ କୋଚ ରବି ଦାସ, ଓ ଭଲି କୋଚ ସଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଖବତ ଖାଁ, ଶଶୀକାନ୍ତ ଦାସିଆ ଖେଳ ପରିଚାଳନା କରିଥିବାବେଳେ ଦିଲୀପ ରାଉତ ମ୍ୟାଚ କମିଶନର କାର୍ଯ୍ୟ ସମ୍ପାଦନ କରିଥିଲେ ।