ଆୟୁଷ୍କାନ କାର୍ଡରୁ ବଞ୍ଚôôତ ହିତାଧିକାରୀ
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ବିଭିନ୍ନ ପଞ୍ଚାୟତରେ ବହୁ ଯୋଗ୍ୟ ହିତାଧିକାରୀଙ୍କର ନାମ ରାସନ କାର୍ଡରେ କଟିଯାଇଥିବା ଓ ନୂତନ ନାମ ସଂଯୋଗ କରାଯାଉନଥିବାରୁ ସେମାନେ ସରକାରଙ୍କ ପ୍ରଦତ୍ତ ଆୟୁଷ୍କାନ କାର୍ଡ ପାଇବାରୁ ବଞ୍ଚôôତ ହୋଇଛନ୍ତି । ଯାହାଫଳରେ କି ସରକାରଙ୍କ ମାଗଣା ଚିିକିତ୍ସା ସୁବିଧା ନ ପାଇ ନାନା ହଇରାଣ ହରକତ ହେଉଥିବାର ଦେଖିବାକୁ ମିଳୁଛି ।
ନିଶ୍ଚିନ୍ତକୋଇଲି ବ୍ଲକ ଯୋଗାଣ ବିଭାଗ ପକ୍ଷରୁ ନୂତନ ଭାବେ ନାମ ସଂଯୋଗ କରିବାକୁ ଥିବା ବହୁ ଯୋଗ୍ୟ ହିତାଧିକାରୀଙ୍କ ନାମକୁ ସଂଯୋଗ କରୁନଥିବାରୁ ବହୁ ଯୋଗ୍ୟ ହିତାଧିକାରୀ ସରକାରଙ୍କର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନପାରି ରାସନ ସାମଗ୍ରୀ ନ ପାଇବା ସହ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚôତ ହେଉଛନ୍ତି । ଫଳରେ ହିତାଧିକାରୀମାନେ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସଂପର୍କରେ ନିଶ୍ଚିନ୍ତକୋଇଲି ବ୍ଲକ ଯୋଗାଣ ବିଭାଗ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାରୁ କାର୍ଯ୍ୟରତ କର୍ମଚାରୀ କୁହନ୍ତି ନୂତନ ନାମ ସଂଯୋଗ କରିବାକୁ ଆମର ସାଇଡ୍ ଖୋଲୁନାହିଁ । ଅନ୍ୟପଟରେ ବହୁ ହିତାଧିକାରୀଙ୍କ ନାମ ରାସନକାର୍ଡରୁ ଆପଣା ଛାଏଁ କଟିଯାଉଥିବା ଦେଖିବାକୁ ମିଳୁଛି । ମୃତୁ୍ୟ ବରଣ କରୁଥିବା ବା ବିବାହ କରି ଅନ୍ୟତ୍ର ଚାଲିଯାଉଥିବା ଝିଅମାନଙ୍କ ନାମ ମଧ୍ୟ ରାସନକାର୍ଡରୁ କଟୁଥିବାର ଦେଖିବାକୁ ମିଳୁଛି । ରାସନ କାର୍ଡରୁ ନାମ କଟିବାକୁ ନେଇ ଖୁଚୁରା ଖାଉଟି ବିକ୍ରେତାଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ କହୁଛନ୍ତି ତାଙ୍କ ନାମ ନେଟ୍ରେ ସୋ କରୁନାହିଁ । ଏଠାରେ ପ୍ରଶ୍ନ ଉଠୁଛି ଯଦି ରାସନ କାର୍ଡରେ ନୂତନ ନାମ ସଂଯୋଗ ହୋଇପାରୁନାହିଁ, ତେବେ ମୃତୁ୍ୟ ବରଣ କରୁଥିବା ବା ବିବାହ କରି ଶାଶୁ ଘରକୁ ଚାଲିଯାଉଥିବା ଝିଅମାନଙ୍କର ନାମ କାର୍ଡରୁ କଟୁଛି କିପରି ? ଏ ସଂକ୍ରାନ୍ତରେ ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୋଗ୍ୟ ହିତାଧିକାରୀମାନଙ୍କର ରାସନ କାର୍ଡରେ ନୂତନ ନାମ ସଂଯୋଗ କରିବା ଏବଂ କାର୍ଡରୁ ନାମ କଟିଥିବା ବ୍ୟକ୍ତିମାନଙ୍କର ନାମକୁ ସଂଯୋଗ କରିବାର ବ୍ୟବସ୍ଥା କଲେ ବହୁ ହିତାଧିକାରୀ ଉପକୃତ ହୋଇ ପାରନ୍ତେ । ତାହା ସହିତ ସେମାନଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ କରାଗଲେ ସରକାରଙ୍କ ମାଗଣା ଚିକିତ୍ସା ସୁବିଧା ପାଇପାରନ୍ତେ ବୋଲି ସାଧାରଣରେ ଦାବି ହେଉଛି । ନଚେତ୍ ବହୁ ଗରିବ ଗୁରୁବା ଲୋକ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ନ ପାଇବା ସହ ମାଗଣା ଚିକିତ୍ସା ସେବା ପାଇବାରୁ ବଞ୍ଚôତ ହୋଇ ଅକାଳରେ ମୃତୁ୍ୟବରଣ କରିବେ । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଦାୟୀ ରହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।