ଅଳିଆ ଗଦା ନିଅାଁରେ ଜଳିଲା ଟ୍ରାନ୍ସଫର୍ମର
ବିଞ୍ଝାରପୁର :ପଞ୍ଚାୟତ ପକ୍ଷରୁ କରାଯାଇଥିବା ଅଳିଆ କୁଣ୍ଡରୁ ନିଆଁ ଯାଇ ଜଳିଗଲା ଟ୍ରାନ୍ସଫର୍ମର । ପ୍ରାୟତ ଦିନ ୧୧ଟା ସମୟରେ ବିଞ୍ଝାରପୁର ବଜାର ସରସ୍ୱତୀ ଛକରେ ପଞ୍ଚାୟତ ପକ୍ଷରୁ କରାଯାଇଥିବା ସ୍ୱଚ୍ଛ ଭାରତ ଅଳିଆ କୁଣ୍ଡରୁ ନିଆଁ ଯାଇ ପାଖରେ ଥିବା ଟ୍ରାନ୍ସଫର୍ମର କେବୁଲ ତାରକୁ ଧରିବା ସହ ନିଆଁ ଲାଗିଥିଲା । ତାର ପୋଡ଼ା ଗନ୍ଧ ଆସିବାରୁ ସନେ୍ଦହ କରି ବଜରଙ୍ଗ କ୍ଲବ୍ର ପିଲା ଏହାକୁ ଦେଖିବା ସହ ନିଆଁ ଲିଭାଇବା ଦମକଳକୁ ଫୋନ୍ କରିବା ସହ ବାଳମକୁଳି ବିଦୁ୍ୟତ୍ କାର୍ଯ୍ୟାଳୟକୁ ଜଣାଇଥିଲେ । ଦମକଳ ବାହିନୀ ନିଆଁକୁ ଆୟତ କରିଥିଲା ।