ଗଞ୍ଜେଇ ଜବତ,୧ ଗିରଫ

 ଫୁଲବାଣୀ :  କନ୍ଧମାଳ ଜିଲ୍ଲା ରେ କିଛିଦିନ ହେଲା  କଞ୍ଜେଇ କାରବାର ଉପରେ ରୋକ ଲଗେଇବା ପାଇଁ ଜିଲ୍ଲା ପୋଲିସ ମୁଖିଆଙ୍କ ନିଦେ୍ର୍ଦର୍ଶ କ୍ରମେ ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ଅନୁରୂପ ଭାବରେ ଗଞ୍ଜେଇ କାରବାରକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଆସୁଥିବା ଫିରିଙ୍ଗିଆ ଥାନା ପକ୍ଷରୁ ମଧ୍ୟ୍ୟ ବିଭିନ୍ନ ଜାଗାରେ ଚଢ଼ାଉ ଜାରିରହିଛି । ଏହି ପରିପ୍ରେକ୍ଷୀରେ ଫିରିଙ୍ଗିଆ ପୋଲିସ ଏକ କାର ସହ ଜଣେ ଆନ୍ତରାଜ୍ୟ ପେସଦାର ଗଞ୍ଜେଇ ମାଫିଆକୁ ଗିରଫ କରିବାରେ ସଫଳ ହୋଇଛି  । ଉକ୍ତ କାରରୁ ୩୦ କିଲୋ ଗଞ୍ଜେଇକୁ ମଧ୍ୟ୍ୟ ଜବତ କରିଛି । ସୂଚନା ଅନୁସାରେ  ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିଦେ୍ର୍ଦଶ କ୍ରମେ ଥାନାରେ କାର୍ଯ୍ୟରତ ଏସ.ଏଇ ଅଜୟ କୁମାର ସାହୁ ଏସ.ଆଇ ପ୍ରମୋଦ କୁମାର ବେହେରା ଙ୍କ ସହ ଏକ ଟିମ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଫିରିଙ୍ଗିଆ ଫୁଲବାଣୀ ମୁଖ୍ୟ ରାସ୍ତାର ଡିଣ୍ଡିରାଗାଁ ଆଦର୍ଶ ବିଦ୍ୟାଳୟ ନିକଟରେ ଫିରିଙ୍ଗିଆ ପଟୁ ଫୁଲବାଣୀ ପଟକୁ ଦ୍ରୁତ ଗତିରେ ଯାଉଥିବା ଏକ କାରକୁ ସନେ୍ଦହରେ ଅଟକାଇଥିଲେ । ପୋଲିସକୁ ଦେଖି କାରରୁ କିଛି ଲୋକ ଫେରାର ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲେ । ପରେ କାରକୁ ଯାଞ୍ଚ କରିବା ସମୟରେ କାର ଡ଼ିକିରୁ ୩୦ କିଲୋ ଗଞ୍ଜେଇ ଜବତ ହୋଇଥିଲା ଓ ତେବେ ଏହି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବଡ଼ସାହି ବାଇଗଣିଆ ଗାଁର ଶଶୀଧର ଦାସ ବୋଲି ଜଣାପଡିଥିବା ବେଳେ ସେ ଜଣେ ପେସାଦାର ଗଞ୍ଜେଇ ମାଫିଆ ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୪୬/୨୦୨୫ ରେ ଏକ ମାମଲା ରୁଜୁ କରି ଗଞ୍ଜେଇ ସହ ଗିରଫ ଗଞ୍ଜେଇ ମାଫିଆ କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ।