ଧର୍ମେନ୍ଦ୍ରଙ୍କୁ ଭେଟିଲେ ଓୟୁଜେ ପ୍ରତିନିଧି ଦଳ

 ବ୍ୟାସନଗର : ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ୱରେ ଦିଲ୍ଲୀ ଯାଇଥିବା ପ୍ରତିନିଧି ଦଳ କେନ୍ଦ୍ର ଉଚ୍ଚଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ସାମ୍ବାଦିକଙ୍କ ସମସ୍ୟା ସଂପର୍କରେ ଦୃଷ୍ଠି ଆକର୍ଷଣ କରିଛନ୍ତି । ସାମ୍ବାଦିକମାନଙ୍କ ପେନସନ୍ ଯୋଜନା ଠାରୁ ଆରମ୍ଭ କରି, ସୁରକ୍ଷା ଆଇନ, ଅଧିସ୍ୱୀକୃତି କମିଟି ଗଠନ ଆଦି ବାବଦରେ ଆଲୋଚନା କରିବା ସହ ଦେଶର ଅନ୍ୟାନ୍ୟ ରାଜ୍ୟରେ ସାମ୍ବାଦିକମାନଙ୍କ ଲାଗି ହେଉଥିବା ବିଭିନ୍ନ କଲ୍ୟାଣ ମୂଳକ ଯୋଜନା କିଭଳି ଓଡ଼ିଶାରେ କାର୍ଯ୍ୟକାରୀ ହେବ ସେ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଜେପି ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ତୁରନ୍ତ ପାଳନ କରାଯାଉ ବୋଲି ଦାବି କରାଯାଇଥିଲା । ଓୟୁଜେ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଭୟ ପତି ଓ ବରିଷ୍ଠ ସଦସ୍ୟ ପରୀକ୍ଷିତ ବିଶ୍ୱାଳ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।