ଇଣ୍ଡିଗୋ ବିମାନକୁ ବୋମା ଦମକ : ମୁମ୍ବାଇରେ ଜରୁରୀ ଅବତରଣ
ନୂଆଦିଲ୍ଲୀ : ଇଣ୍ଡିଗୋ ବିମାନକୁ ବୋମା ଦମକ । ଇଣ୍ଡିଗୋ ବିମାନ ମୁମ୍ବାଇରେ ଜରୁରୀ ଅବତରଣ କରିଛି । କୁଏତରୁ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ଧମକପୂର୍ଣ୍ଣ ବାର୍ତ୍ତା ଯୋଗୁଁ ବିମାନକୁ ମୁମ୍ବାଇ ବିମାନବନ୍ଦରେ ଜରୁରୀ ଅବତରଣ କରାଯାଇଛି । ଆଜି କୁଏତରୁ ହାଇଦ୍ରାବାଦ ଅଭିମୁଖୀ ଇଣ୍ଡିଗୋ ବିମାନ-୬ଇ୧୨୩୪କୁ ବିମାନରେ ବୋମା ଥିବା ଧମକ ମିଳିଥିଲା । ଯାହା ଫଳରେ ବିମାନଟିକୁ ମୁମ୍ବାଇରେ ଜରୁରୀ ଅବତରଣ କରାଯାଇଥିଲା । ଇଣ୍ଡିଗୋ ଅଧିକାରୀ ଧମକ ବାର୍ତ୍ତା ପାଇବା ପରେ ପ୍ରୋଟୋକଲ ଅନୁସରଣ କରି, ତୁରନ୍ତ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜଣାଇଥିଲେ ଏବଂ ବିମାନରେ ଆବଶ୍ୟକ ସୁରକ୍ଷା ଯାଞ୍ଚ କରିବାରେ ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ କରିଥିବା ସୂଚନା ରହିଛି । ମିଳିଥିବା ତଥ୍ୟ ଅନୁସାରେ ଇମେଲ୍ ମାଧ୍ୟମରେ ବିମାନରେ ‘ମାନବ ବୋମା’ ଥିବା ବାର୍ତ୍ତା ଆସିଥିଲା । ଏହାପରେ ଇଣ୍ଡିଗୋ ଅଧିକାରୀ ମାନେ ବିମାନକୁ ଯାଞ୍ଚ କରିଥିଲେ ।