ମାର୍ଚ୍ଚ ୩୧କୁ ବୃଦ୍ଧି ପାଇଲେ ପିୟୁସି ଅବଧି
ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୩୧କୁ ବୃଦ୍ଧି ପାଇଲା ପିୟୁସି ଅବଧି । ପୂର୍ବରୁ ଜାନୁଆରୀରୁ ଫେବୃଆରୀ ଯାଏଁ ବଢ଼ିଥିଲା । ଏବେ ଆଉ ମାସେ ବଢ଼ିଲା ପିୟୁସି ଯାଞ୍ଚ ଅବଧି ବୃଦ୍ଧି କରାଯାଇଛି । ୧ ଏପ୍ରିଲର ପଲ୍ୟୁସନ ସାର୍ଟିଫିକେଟ୍ ନଥିଲେ ନିଆଯିବ ବଡ଼ ଆକ୍ସନ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହିିି ନିଷ୍ପତ୍ତି ନେଇଛନ୍ତି ।
ପଲ୍ୟୁସନ ସାର୍ଟିଫିକେଟ୍ ମିଳିଲେ ଗାଡିରେ ଲାଗିବ ଗ୍ରୀନ ଷ୍ଟିକର। ପରିବହନ ବିଭାଗ ପକ୍ଷରୁ ଏହି ଷ୍ଟିକର ଯୋଗାଇ ଦିଆଯିବ। ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ଲୋକେ ହଇରାଣ ହେଉଛନ୍ତି । ଯାହାର ଗାଡିରେ ଉପରେ ପୂର୍ବରୁ ଜରିମାନା ରହିଛି, ସେହି ଜରିମାନା କ୍ଲିୟର ନକରିବା ଯାଏଁ ପଲ୍ୟୁସନ ସାର୍ଟିଫିକେଟ ମିଳୁ ନାହିଁ । ଯେଉଥିପାଇଁ ଏବେ ଫାଇନ ଦେବାକୁ ଟ୍ରାଫିକ ଥାନାରେ ଲୋକଙ୍କ ଲମ୍ୱା ଲାଇନ ଲାଗିଛି । ଏହାସହ ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ଲୋକମାନଙ୍କୁ ଲମ୍ବା ଲାଇନରେ ଠିଆ ହେବାକୁ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହିିି ନିଷ୍ପତ୍ତି ନେଇଛନ୍ତି ।
Samir Kumar Rout