ଇଫକୋ ପକ୍ଷରୁ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ସହାୟତା
ପାରାଦୀପ : ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ପରିପ୍ରେକ୍ଷୀରେ ଇଫକୋ ପାରାଦୀପ, ନିକ୍ଷୟ ମିତ୍ର ଭାବରେ, କେନ୍ଦ୍ରାପଡ଼ା ଜିଲ୍ଲାର ତିନୋଟି ବ୍ଲକ, ମହାକାଳପଡ଼ା, ମାର୍ଶାଘାଇ ଏବଂ ଗରଦପୁରରେ ଗୋଟିଏ ବର୍ଷ ପାଇଁ ସମସ୍ତ ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସହାୟକ ଭାବରେ ଦାୟିତ୍ୱ ନେଇଛି । ୧୦୦ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଡାଲି ବଣ୍ଟନ କରାଯାଇଛି । ପାଟକୁରା, ମାର୍ଶାଘାଇ ଏବଂ ମହାକାଳପଡ଼ାର ବିଭିନ୍ନ ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଏବଂ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଛି । ଏହି ଅବସରରେ ମୁଖ୍ୟ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ମନୋରଞ୍ଜନ ରାଉତ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସଚିଦାନନ୍ଦ ମିଶ୍ର, ଇଫକୋ ପାରାଦୀପ ୟୁନିଟର ଲୋକସମ୍ପର୍କ ଅଧିକାରୀ ଡକ୍ଟର ପ୍ରସନ୍ନ କୁମାର ବେଉରା, ଜିଲ୍ଲା ଚିକିସôା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ପାଟକୁରା ଏବଂ ମହାକାଳପଡ଼ାର ଚିକିସôା ଅଧିକାରୀ ଡକ୍ଟର ନିରଞ୍ଜନ କର, ସିଏଚସି ଶିବ ପ୍ରସାଦ ଓଝା, ରାଜ୍ୟ କାର୍ଯ୍ୟକ୍ରମ ଅଧିକାରୀ, ରାଜ୍ୟ ଯକ୍ଷ୍ମା ସେଲ୍ ଭୁବନେଶ୍ୱର, ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ, ବରିଷ୍ଠ ଚିକିସôା ପର୍ଯ୍ୟବେକ୍ଷକ, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ପଦକ୍ଷେପ ବ୍ୟତୀତ, ଆବଶ୍ୟକତା ସମୟରେ ସମାଜକୁ ନିରନ୍ତର ସେବା ଯୋଗାଇଦେଇ ଆସିଛି ଇଫକୋ । କୋଭିଡ-୧୯ ମହାମାରୀ ସମୟରେ, ଇଫକୋ ପାରାଦୀପ ୟୁନିଟ୍ ସରକାରୀ କର୍ତ୍ତୃପକ୍ଷଙ୍କୁ ସୁରକ୍ଷା କିଟ୍ ପ୍ରଦାନ କରି ସେମାନଙ୍କୁ ସୁରକ୍ଷା ଦେଇଥିଲା । ଉଲ୍ଲେଖ ଥାଉକି, ଇଫକୋ ରାଜ୍ୟର ପ୍ରଥମ ସଂଗଠନ ଯାହା ସରକାରୀ ହସ୍ପିଟାଲ ଏବଂ ଚିକିସôା ପ୍ରତିଷ୍ଠାନଗୁଡ଼ିକୁ ମାଗଣାରେ ଅକ୍ସିଜେନ ଯୋଗାଣ ପାଇଁ ଏକ ଉସôର୍ଗୀକୃତ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବାରେ ୭ କୋଟି ଟଙ୍କା ବିନିଯୋଗ କରିଛି ।