ଦୁଇଟ୍ରକ ମୁହାଁମୁହିଁ ଧକ୍କା, ୨ ଗୁରୁତର
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଶିଳ୍ପତାଲିମ ପ୍ରତିଷ୍ଠାନ ଅନତିଦୂରରେ ଶୁକ୍ରବାର ଅପରାହ୍ନ ୪.୫୦ମି ସମୟରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଭଦ୍ରକ ଆଡକୁ ଯାଉଥିବା ଏପି ୦୭ ଟସି ୧୯୬୯ ଟ୍ରକକୁ ତ୍ରୁଟିପୂର୍ଣ୍ଣ ଭାବେ ସମ୍ମୁଖ ଦିଗରୁ ଆସୁଥିବା ଓ ଡି ୦୪ ଏଚ ୫୪୯୯ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଆନ୍ଧ୍ର ଟ୍ରକ ଚାଳକ ଉତ୍ତରପ୍ରଦେଶ ମଥୁରା ଜିଲ୍ଲା ନହର ସିଂ(୨୮) ଓ ସମ୍ମୁଖ ଟ୍ରକ ଚାଳକ ଯାଜପୁର ଜିଲ୍ଲା ଦାନଗଦି ଅଞ୍ଚଳର କାଳନ୍ଦି ସାହୁ(୪୪) ଗୁରୁତର ଆହତ ହୋଇଥିଲେ । ସୂଚନା ପାଇଁ ସ୍ଥାନୀୟ ଦମକଳବାହିନୀ ଉଭୟ ଆହତଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲକୁ ଚିକିସôା ପାଇଁ ପଠାଇଥିଲା । ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି ।