ବନ୍ଧାହେଲେ ୬ ଅସାମାଜିକ : ଆକ୍ସନ ମୋଡ଼ରେ ପୁଲିସ୍
କଟକ : କଟକ ସହରରେ ଅସାମାଜିକଙ୍କ ବିରୁଦ୍ଧରେ କମିଶନରେଟ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ପାର୍ବଣ ଋତୁରେ ଅପରାଧିକ କାର୍ଯ୍ୟକଳାପ ଏବଂ ସମ୍ଭାବ୍ୟ ବିଶୃଙ୍ଖଳାକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏଥିସହିତ ୱାରେଣ୍ଟ ଏବଂ ସଂଗଠିତ ଅପରାଧରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ, ଦରଘା ବଜାର ଅଞ୍ଚଳର ଅବଦୁଲ ସିରାଜ, ଲାଲବାଗ ଥାନା ଅନ୍ତର୍ଗତ ଦୁର୍ଗାଘର ସାମନା ଅଞ୍ଚଳର ସୟିଦ ଖାଁ (୪୦), ଲାଲବାଗ ଥାନା ଅନ୍ତର୍ଗତ ଚାନ୍ଦିନୀ ଚୌକ ଅଞ୍ଚଳର ସାହିଲ ଓରଫ ଏମଡ଼ି ଜୟନଉଲ ଆବେଦିନ (୨୯), କ୍ୟାଣ୍ଟେନମେଣ୍ଟ ଥାନା ଅନ୍ତର୍ଗତ ବକ୍ସିବଜାର ଅଞ୍ଚଳର ଏମଡ଼ି ସାହିଲ (୨୯), ମଙ୍ଗଳାବାଗ ଥାନା ଅନ୍ତର୍ଗତ କେଶରପୁର ଅଞ୍ଚଳର ୱାସିମ ଖାଁ (୨୭) ଓ ସରଫରାଜ ଖାଁ (୪୫) । ଅଭିଯୁକ୍ତ ସୟିଦ, ସାହିଲ, ଏମଡ଼ି ସାହିଲ, ୱାସିମ ଖାଁ ନାମରେ କଟକର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।