ପୋଖରୀରେ ବୁଡି ଦୁଇ ମୃତ
ାା ପ୍ରଭାନୁ୍ୟଜ୍ ।ା ହିନେ୍ଦାଳ : ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳରେ ଏକ ଅଭାବନୀୟ ଘଟଣାରେ ପୋଖରୀରେ ବୁଡି ଦୁଇଜଣଙ୍କର ଶୋଚନୀୟ ମୃତୁ୍ୟ ଘଟିଛି । ଖବରରୁ ପ୍ରକାଶ ରାସୋଳ ଥାନା ଅନ୍ତର୍ଗତ ଖରୀଡାଳି ଗ୍ରାମର କବି ସେଠିଙ୍କ ସ୍ତ୍ରୀ ଅଞ୍ଜଳି ସେଠି(୪୫) ନିକଟସ୍ଥ ଖଜୁରୀବନ୍ଧ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗ୍ରାମର ମହେଶ୍ୱର ବିଶ୍ୱାଳଙ୍କ ୪ର୍ଥ ଶ୍ରେଣୀ ପଢୁଆ ଝିଅ ବିଷ୍ଣୁପ୍ରିୟା ବିଶ୍ୱାଳ(୧୦), ମାମୁଁ ଘରକୁ ବୁଲି ଆସିଥିବା ଢେଙ୍କାନାଳ ଗେଙ୍ଗୁଟିଆ ଗ୍ରାମର ଲୁଲୁ ସେଠିଙ୍କ ଝିଅ ଶୁଭଲଷ୍ମୀ ସେଠି(୫) ସେଠି ଗାଧୋଇବା ସମୟରେ ବୁଡି ଯାଇଥିବା ଦେଖିଥିଲେ । ଛୋଟ ଝିଅ ଦୁଇଟି ବୁଡ଼ି ଯାଉଥିବା ଦେଖି ଅଞ୍ଜଳି ସେଠି ତୁରନ୍ତ ପାଣିରେ ପଶି ଦୁଇଜଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ଶୁଭଲକ୍ଷ୍ମୀ ଉଦ୍ଧାର ପାଇଯାଇଥିବା ବେଳେ ଅଞ୍ଜଳି ଓ ବିଷ୍ଣୁପ୍ରିୟା ଗଭୀର ପାଣିରେ ବୁଡ଼ି ଯାଇଥିଲେ । ଗ୍ରାମବାସୀ ତିନିଜଣଙ୍କୁ ପାଣିରୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିସôାଳୟକୁ ନେଇଥିଲେ ମାତ୍ର ଡାକ୍ତର ଅଞ୍ଜଳି ସେଠି ଓ ବିଷ୍ଣୁପ୍ରିୟା ବିଶ୍ୱାଳଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ଗୁରୁତର ଥିବା ଶୁଭଲଷ୍ମୀ ସେଠିଙ୍କୁ ଅଧିକ ଚିକିସôା ପାଇଁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ମୃତକ ଦ୍ୱୟଙ୍କ ଢେଙ୍କାନାଳ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ହୋଇଥିବାବେଳେ ରାସୋଳ ପୁଲିସ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।