୭ ଜୁଆଡ଼ି ଗିରଫ
ବାଲୁଗାଁ : ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟସ୍ଥ ବୁଚୁଡି ଗ୍ରାମ ପୋଖରୀ ନିକଟରେ ଜୁଆଖେଳ ଚାଲିଥିବା ନାଭାଲ ଫାଣ୍ଡିକୁ ଖବର ମିଳିଥିଲା । ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡା ସଦଳବଳେ ଅତର୍କିତ ଚଢ଼ାଉ କରିଥିଲେ କରି ଗୋଟିଏ ପାଲ, ତାସ ମୁଠା, ୧୨,୧୯୦ ଟଙ୍କା ଓ ୫ଟି ବାଇକ୍ ଜବତ କରିବା ସହିତ ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିଲେ । ଏନେଇ କେଶ ନମ୍ବର ୩୯୦/୨୪ରେ ଏକ ମାମଲା ରୁଜୁ କରାଯାଇଥିବା ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି ।