ଉତ୍କଳ ବିଲ୍ଡର୍ସ୍ରେ ରେଡ୍
ଭୁବନେଶ୍ୱର : ଉତ୍କଳ ବିଲ୍ଡର୍ସ୍ରେ ରେଡ୍ । ଆଜି ସକାଳ ସମୟରେ ସହିଦ ନଗରରେ ଥିବା ଉତ୍କଳ ବିଲ୍ଡର୍ସର ମୁଖ୍ୟ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ସମେତ ୧୪ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢାଉ ହୋଇଛି । ଓଡ଼ିଶାର ପ୍ରାୟ ୧୧ଟି ସ୍ଥାନରେ ଆଇଟି ବିଭାଗ ପକ୍ଷରୁ ଚଢାଉ ଚାଲିଛି । ଯେଉଁଥିରେ କୋଲକୋତାର ୩ଟି ସ୍ଥାନ ରହିଛି । ଏହି ଚଢ଼ଉରେ ୧୮ଟି ଟିମ ଗଠନ କରାଯାଇଛି । ଯେଉଁଥିରେ ୧୨୦ କର୍ମଚାରୀ ସାମିଲ ଅଛନ୍ତି । ବର୍ତ୍ତମାନ ଯାଏଁ ଏହି ଚଢାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି ।