ଘର ଦେଖାଇବାକୁ ଡାକି ନିର୍ଦ୍ଧୁମ ଛେଚି ଲୁଟିଲେ; ୩ ଅଟକ

ଘର ଦେଖାଇବାକୁ ଡାକି ନିର୍ଦ୍ଧୁମ ଛେଚି ଲୁଟିଲେ; ୩ ଅଟକ

ଭୁବନେଶ୍ୱର, ୧୮ା୧୧ : ଅଭିଯୋଗକାରୀ ଯୁବକଙ୍କୁ ଡେଟିଂ ଆପରେ ବନ୍ଧୁତା ସ୍ଥାପନ କରି ତାଙ୍କୁ ଗତକାଲି ବିଳମ୍ବିତ ରାତିରେ କିଛି ଅଭିଯୁକ୍ତ ଘର ଭଡ଼ା ଦେଖାଇବାକୁ ଡାକି ଯୁବକଙ୍କୁ ଏକ ଘରେ ପୁରାଇ ଛୁରୀରେ ଆକ୍ରମଈ, ମାଡ ମରିବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଓ ରୂପା ବ୍ରେସଲେଟ୍ ଲୁଟି ନେଇଛନ୍ତି । ଏହାସହ ଅଭିଯୋଗକାରୀଙ୍କ ଏଟିଏମର ପାସୱାର୍ଡ ନ ଦେବାରୁ ତାଙ୍କୁ ନାଳରେ ପକାଇ ନାଳ ପାଣି ପିଆଇବା ସହ ଏକ ଛୁରୀରେ ଆକ୍ରମଣ କରିଥିଲେ । ଏହି ସମୟରେ ଯୁବକ ଜଣଙ୍କ କୌଷଳ କ୍ରମେ ଅଭିଯୁକ୍ତଙ୍କ କବଳରୁ ଖସି ଦୌଡ଼ିବା ସହ ଏକ ଅନ୍ଧାରରେ ଲୁଚି ସାଙ୍ଗ ମାନଙ୍କ ଜଣାଇବା ଫଳରେ ସେମାନେ ପିସିଆର ଭ୍ୟାନକୁ ଖବର ଦେଇଥିଲେ । ଖବର ପାଇ ପିସିଆର ଖଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣି ଅଟକ ରଖି ପଚରା ଉଚରା ଚଳାଇଛି ।  ହେଲେ ବାକି ୨ ଜଣ ଅଭିଯୁକ୍ତ ପୁଲିସ ହାତରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଖାରବେଳନଗର ଥାନା ଅଧିନ ସତ୍ୟନଗର କାଳି ମନ୍ଦିର   ଅଞ୍ଚଳରେ ।
ଅଭିଯୋଗକାରୀଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୋଗକାରୀ ଖାରବେଳନଗର ଅଞ୍ଚଳରେ ଥିବା ଏକ ଘରୋଇ ହୋଟେଲରେ କାମ କରିବା ସହ ସେ ମଞ୍ଚେଶ୍ୱର ଥାନା ଅଧିନ ଚକେଇସିଆଣି ଅଞ୍ଚଳରେ ଘର ଭଡ଼ା ନେଇ ରହି ଆସୁଥିଲେ । ହେଲେ ସେଠାର ତାଙ୍କ ହୋଟେଲ ଦୁର ହେବା ସହ ଅଧିକ ଘର ଭଡ଼ା ହେଉଥିବା ନେଇ ସେ କିଛିଦିନ ହେବ ସତ୍ୟନଗର ଅଞ୍ଚଳରେ ସସ୍ତାରେ ଏକ ଘରଭଡ଼ା ଖୋଜୁଥିଲେ । ଏହି ସମୟରେ ଡେଟିଂ ଆପରେ ସତ୍ୟନଗର ମଶାଣି ପଛପଟକ୍ଷହ ଥିବା ବସ୍ତିର ଜଣେ ଯୁବକଙ୍କ ସହ ଯୋଗାଯୋଗ ହୋଇଥିଲା । ଉକ୍ତ ଆପ ଜରିଆରେ ସେ ଯୁବକଙ୍କ ସହିତ  ପରେ ବନ୍ଧୁତା ସ୍ଥାପନ ହୋଇଥିଲା । ଗତକାଲି ଅବା ରବିବାର ବିଳମ୍ବିତ ରାତି ୧୨ଟା ୩୦ରେ ଅଭିଯୋଗକାରୀଙ୍କର ହୋଟେଲ ଡିଟୁି୍ୟ ସରିଥିଲା ।  ତା ପରେ ସେ ଯୁବକ ଜଣକ ଅବା ବନ୍ଧୁତା ହୋଇଥିବା ବସ୍ତିର ଯୁବକ ଜଣକ ଉକ୍ତ ଆପରେ ମେସେଜ କରି ରାତିରେ ଘର ଦେଖିବାକୁ କହିବାରୁ ସେ ପ୍ରଲଭିତ ହୋଇ ଘର ଦେଖିବାକୁ ରାଜି ହୋଇଥିଲେ । ପରେ ଅଭିଯୁକ୍ତ ଜଣଙ୍କ ଅଭିଯୋଗକାରୀଙ୍କୁ ସତ୍ୟନଗର ମଶାଣି ପାଖକୁ ଆସିବାକୁ କରିଥିଲେ । ପରେ ଅଭିଯୋଗକାରୀ ସେଠାରେ ପହଞ୍ଚିବା ପରେ ତାଙ୍କୁ କାଳି ମନ୍ଦିର ଗଳି ପଛପଟ ଏକ ବସ୍ତିର ରୁମକୁ ନେଇଥିଲେ, ସେଠାରେ ତାଙ୍କୁ ଏହି ଘର କହି ଭିତରକୁ ଯାଇ ଘର ଦେଖିବାକୁ କହିଥିଲା ଅଭିଯୁକ୍ତ । ଅଭିଯୁକ୍ତର କଥା ଶୁଣି ଅଭିଯୋଗକାରୀ ଯୁବକ ରୁମ ଭିତରକୁ ଯାଇ ଦେଖିଲା ବେଳକୁ ଅଭିଯୁକ୍ତ ବାହାରପଟୁ କବାଟ ଲକ୍ କରିଦେଇଥିଲା । ଘର ଭିତରେ ଥିଲେ ବାକି ୪ ଅଭିଯୁକ୍ତ । ଘର ଭିତରେ ହଠାତ କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଥିଲା ଅଭିଯୋଗକାରୀଙ୍କୁ ମାଡ, ପରେ ମୁଣ୍ଡରେ ଲାଗିଥିଲା ଏକ ବନ୍ଧୁକ । ପରେ ଭୟରେ ପକେଟରେ ଥିବା ଟଙ୍କା, ରୂପା ବ୍ରେସଲେଟ୍ ଓ ଏଟିଏମ କାର୍ଡକୁ ଲୁଟିନେଇଥିଲେ । ତା ପରେ ଯୁବକଙ୍କୁ ଏଟିଏମ ପାସୱାର୍ଡ ମାଗିଥିଲେ, କିନ୍ତୁ ଅଭିଯୋଗକାର ମନା କରିବାରୁ ତାଙ୍କୁ ଏକ ଛୁରୀରେ ଆକ୍ରମଣ କରିବା ସହ ଏକ ନାଳରେ ପକାଇ ନାଳ ପାଣି ପିଆଇଥିଲେ । ଏହି ସମୟରେ ଯୁବକ ଜଣଙ୍କ କୌଣସି ସୁତ୍ରରୁ ଅଭିଯୁକ୍ତଙ୍କ କବଳରୁ ଦୌଡ଼ି ଏକ ଅନ୍ଧାରରେ ଲୁଚି ତାଙ୍କ ସାଙ୍ଗ ମାନଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଏହି ଖବର ପାଇ ଅଭିଯୋଗକାରୀଙ୍କ ସାଙ୍ଗମାନେ ପିସିଆରକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୋଗକାରୀଙ୍କୁ ଉଦ୍ଧାର କରିବା ସହ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କରିଥିଲା । ବାକି ୨ ଫେରାର ହୋଇଯାଇଥିଲେ । ପରେ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା ଚାଲିଥିବା ବେଳେ ମଙ୍ଗଳବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।