ଉଦ୍ୟାପିତ ହେଲା ମକର ମହୋତ୍ସବ

 ବନ୍ତ:  ବନ୍ତ ବ୍ଲକ ଆଗରପଡା ନିକଟସ୍ଥ ଚାରିଗାଁ ପଞ୍ଚାୟତ ତାରିଣୀ ପଡ଼ିଆରେ ଚାଲିଥିବା ତିନିଦିନିଆ ମକର ମହୋସôବ ଉଦଯାପିତ ହୋଇଯାଇଛି । ପୁରସ୍କାର ବିତରଣ ସଭାକୁ ଶିକ୍ଷକ ପଞ୍ଚାନନ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଆଗରପଡା ଥାନାଧିକାରୀ ଶ୍ରୀକାନ୍ତ କୁମାର ପତି ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ହୃଦୟ ଏକ ହେବା ସହ ଭାଷା ସଂସ୍କୃତିକୁ ଉଜ୍ଜୀବିତ କରି କରି ରଖିବା ଅନୁଷ୍ଠାନଗୁଡିକର ମୂଳ ଲକ୍ଷ୍ୟ ହେବା ଉଚିତ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଧ୍ୟରେ ଶିକ୍ଷାବିତ ଗୋବିନ୍ଦଚନ୍ଦ୍ର ସାହୁ, ଅଧ୍ୟାପକ ଫକୀର ଚରଣ ଚରଣ ଶଙ୍ଖୁଆ, ସାହିତି୍ୟକ ସୁବୋଧ କୁମାର ସାହୁ ପ୍ରମୁଖ ମକର ମହୋସôବର ମହାନ ପରମ୍ପରା ଉପରେ ବକ୍ତବ୍ୟ ରଖୁଥିଲେ । ଏହି ଅବସରରେ ଶିକ୍ଷକ ତଥା କମିଟିର ବରିଷ୍ଠ ସଦସ୍ୟ ପଞ୍ଚାନନ ସାହୁ, ସମାଜସେବୀ ଅନିରୁଦ୍ଧ ସାହୁ, ପଞ୍ଚାନନ ପୃଷ୍ଟି, ନୃତ୍ୟଗୁରୁ ସନାତନ ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ନୃତ୍ୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗିଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ତିନି ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ସାଳନ୍ଦୀ ନଦୀରୁ ୧୦୮ କଳସ ଶୋଭାଯାତ୍ରାରେ ଆସିଥିଲା । ସନ୍ଧ୍ୟାରେ ହରିହର ପାଣିଗ୍ରାହୀ ପ୍ରବଚନ ପ୍ରଦାନ କରିଥିଲେ । ଶେଷ ଦିବସରେ ଜିଲାସ୍ତରୀୟ ଭଲି ବଲ ଟୁର୍ଣ୍ଣାମେଣ୍ଟ ଏବଂ ସନ୍ଧ୍ୟାରେ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ନୃତ୍ୟ ପ୍ରତିଯୋଗିତାରେ ସ୍ତମ୍ଭକାର ତଥା ନୃତ୍ୟ ଗୁରୁ ଆଗରପଡାର ସୁବୋଧ କୁମାର ସାହୁ ବିଚାରକ ଦାୟିତ୍ୱ ତୁଲାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରିୟବ୍ରତ ସାହୁ, ପ୍ରଦୀପ ସାହୁ, ବିଜୟ ସାହୁ, ପଞ୍ଚାନନ ସାହୁ, ଅନିରୁଦ୍ଧ ସାହୁ, ପଞ୍ଚାନନ ପୃଷ୍ଟି, ପଞ୍ଚାନନ ବେହେରା, ସୁରେଶ ପୃଷ୍ଟି, ରନôାକର ପୃଷ୍ଟି, ପଞ୍ଚାନନ ବେହେରା, ଭଜହରି ବେହେରା, ପଞ୍ଚାନନ ମହାନ୍ତି, ଉମେଶ ପୃଷ୍ଟି, ଅନିଲ ସାହୁ ସମେତ ଗ୍ରାମବାସୀ ଏହି ତିନିଦିନିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।