ସୁଭଦ୍ରାକୁ ଅଡୁଆ କରିଛି ମୋବାଇଲ୍ ନମ୍ବର ସଂଯୁକ୍ତ ଆଧାର ସର୍ତ୍ତ, ବିଭିନ୍ନ ସ୍ଥାନରେ ଠେଲାପେଲା ଓ ଦଳାଚକଟା


ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ନାହିଁ ବୋଲି  ସୂଚନା ଦେଉଛନ୍ତି । ତେବେ ଏହାକୁ କର୍ଣ୍ଣ ପାତ ନକରି ‘ସୁଭଦ୍ରା' ଯୋଜନା ଆବେଦନ ପାଇଁ ମହିଳାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ତୀବ୍ର ପ୍ରତିଯୋଗିତା । ବିଭିନ୍ନ ଜନସେବା କେନ୍ଦ୍ର, ବ୍ୟାଙ୍କ ଓ ଆଧାର ସଂଶୋଧନ କେନ୍ଦ୍ରରେ ହେଉଛି ଅସମ୍ଭାଳ ଭିଡ଼ । ରାତିରୁ ଲୋକମାନେ ଆସି ଚପଲ, ପଥର ଥୋଇ ଧାଡ଼ି ବାନ୍ଧୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ବିଶେଷକରି ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟରେ ମୋବାଇଲ ନମ୍ବର ସଂଯୋଗକୁ ନେଇ ମହିଳାମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଧିକାଂଶ ମହିଳା ଆଧାରକାର୍ଡ ସଂଶୋଧନ ସମୟରେ ଏକାଧିକ ସମସ୍ୟାର ସାମ୍ନା କରୁଛନ୍ତି । ୧୭ତାରିଖରେ ଯୋଜନାର ପ୍ରଥମ କିସ୍ତି ମିଳିବାକୁ ଥିବାରୁ ୧୦/୧୨ ଦିନ ମଧ୍ୟରେ ଆଧାରରେ ମୋବାଇଲ ନମ୍ବର ସଂଯୋଗ କରିବାକୁ ପ୍ରତିଯୋଗିତା ଲାଗିଯାଇଛି । ଆଧାରକାର୍ଡ, ବ୍ୟାଙ୍କ ଜମା ଖାତା ଓ ମୋବାଇଲ ନମ୍ବର ସୁଭଦ୍ରା ଯୋଜନା ପାଇଁ ଅନିବାର୍ଯ୍ୟ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ୟାଙ୍କ ଜମା ଖାତା ସହ ଆଧାର ଓ ମୋବାଇଲ ନମ୍ବର ସଂଯୋଗ ଏବଂ ଆଧାର ସହ ମୋବାଇଲ୍ ସଂଯୋଗ ନିଶ୍ଚିତ ଆବଶ୍ୟକ ବୋଲି କୁହାଯାଇଛି । ମାତ୍ର ଅନେକ ମହିଳାଙ୍କର ଆଧାର ସହ ମୋବାଇଲ ନମ୍ବର ସଂଯୋଗ ହୋଇନାହିଁ । କିଛି ଗରିବ ଲୋକମାନଙ୍କର ମୋବାଇଲ ନମ୍ବର ନାହିଁ, ଆଉ କିଛି ମହିଳା ଆଧାର ଓ ମୋବାଇଲ ସଂଯୋଗ ନିଜ ଅବହେଳା ଯୋଗୁଁ କରି ନାହାନ୍ତି ଏହି ପ୍ରକ୍ରିୟା ଯୋଗୁଁ ମାତ୍ରାଧିକ ସମସ୍ୟା ଉପୁଜୁଥିବାରୁ କେବଳ ବ୍ୟାଙ୍କ୍ ଆକାଉଣ୍ଟ ଲିଙ୍କ ବ୍ୟତୀତ ଏହି ନିୟମରେ କୋହଳ କରାଯାଉ ବୋଲି ଦାବି କରାଯାଉଛି । ଅନ୍ୟପଟେ ବହୁ ମହିଳା ଅନେକ ବର୍ଷ ଧରି ଆଧାର ସଂଶୋଧନ କରିନାହାନ୍ତି । ଆଧାର କାର୍ଡ କରିଥିବାବେଳେ ମୋବାଇଲ ନମ୍ବର ଯୋଡ଼ିନଥିଲେ । ଯେଉଁ ମୋବାଇଲ ନମ୍ବର ଯୋଡ଼ିଥିଲେ, ମୋବାଇଲ ଦର ବଢିବାରୁ ତାହା ଏବେ ଅଧିକାଂଶ ଲୋକଙ୍କ ପାଖରେ ନାହିଁ । ସେହିଭଳି ବହୁ ହିତାଧିକାରୀଙ୍କ ଆଧାରକାର୍ଡରେ ସ୍ୱାମୀ ଓ ପିତାଙ୍କ ନାମ ବଦଳରେ ଭିନ୍ନ ନାମ ରହିଯାଇଛି । ତେଣୁ ଆଧାର ସଂଶୋଧନ କେନ୍ଦ୍ରରେ ଏସବୁ ସଂଶୋଧନ କରିବା ପାଇଁ ୮ରୁ ୧୫ ଦିନ ସମୟ ଲାଗୁଛି । ଯାହା ମହିଳାମାନଙ୍କ ପାଇଁ ଅଡ଼ୁଆ ହୋଇଛି । ସେପଟେ ଆଧାରକାର୍ଡ ସଂଶୋଧନ କରିବାକୁ ଧାଁ ଦୌଡ଼, ଦଳାଚକଟା ଖବର ମଧ୍ୟ୍ୟ ଆସିବାରେ ଲାଗିଛି । ରାତି ପାହିବା ଆଗରୁ ଜନସେବା କେନ୍ଦ୍ର ଓ ଡାକଘର ଆଗରେ ଲାଗୁଛି ଲମ୍ବା ଲାଇନ । ଏମିତିକି ଠେଲାପେଲା ସହ ଦଳଚକଟା ସ୍ଥିତି ବି ଉପୁଜିଛି ।