ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ
ଝାରସୁଗୁଡା : ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ବ୍ଲକ ର ବିଭିନ୍ନ ଗ୍ରାମ ଗସ୍ତ କରି ୨୦ଲକ୍ଷରୁ ଉର୍ଦ୍ଧ ଟଙ୍କାରେ ନିର୍ମତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି । ଗୁରବାର ଝାରସୁଗୁଡ଼ା ସଦର ବ୍ଲକର ଶିବ ମନ୍ଦିର ପାଚେରୀ, ହୀର୍ମା ୟୁପି ସ୍କୁଲ୍ରେ ବାଉଣ୍ଡରି ନିର୍ମା, ମରାକୁଟା ଗ୍ରାମରେ ରଧମାଧବ କ୍ଲବର ସୌନ୍ଦର୍ଯିକର, ମରାକୁଟା ଗ୍ରାମ ବିଜାଡିହି ସ୍ଥିତ ଓରାମ ପଡ଼ାରେ କ୍ଲବ ଘର ନିର୍ମାଣ । ଜମେରା ପଂଚାୟତରେ ଭାଗବତ ଗୁଡ଼ି ର ଶିଳାନ୍ୟାସ, ଏଚ କଣ୍ଟାପାଲି ରେ ଓ ଦୂର୍ଲାଗା ଗ୍ରାମ କାଲୋପଡା ରାସ୍ତା ର ଶିଳାନ୍ୟାସ, ତାଲପଟିଆ ସ୍କୁଲ ର ପାଚେରୀ ର ଶିଳାନ୍ୟାସ କରିଥିଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ଏହି ସମୟ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପିଏ ଆ ଟି ଡି ଏ ସଞ୍ଜୀବ କୁମାର ପଟେଲ ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ମଣ୍ଡଳ ସଭାପତି ହେମରଞ୍ଜନ ସିଂ, ବିଜେପି ର ବରିଷ୍ଠ ନେତା ପ୍ରମୋଦ ତ୍ରିପାଠୀ, କ୍ରୀଷ୍ଣା ମୁରାରି ସିଂ, ଦିଲ୍ଲୀପ ନାୟକ, ପ୍ରେମସେନ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।