ଖୋଲିବ ୭୦ ବନ୍ଦ ମଦ ଦୋକାନ
ଭୁବନେଶ୍ୱର: ରାଜ୍ୟରେ ବନ୍ଦ ଥିବା ୭୦ ମଦ ଦୋକାନ ଖୋଲିବ । ସେହିପରି ୪ ନୂଆ ଠିପି ଖୋଲା ମଦଦୋକାନ ଓ ୩ ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ରହିଛି । ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବଲାଙ୍ଗୀରରେ ୨, ବାଲେଶ୍ୱରରେ ୧୭, ବ୍ରହ୍ମପୁରରେ ୪, କଟକରେ ୭, ଗଞ୍ଜାମରେ ୧୦, କନ୍ଧମାଳରେ ୩, କେନ୍ଦୁଝରରେ ୩, ମାଲକାନଗିରିରେ ୧, ମୟୂରଭଞ୍ଜରେ ୮, ନୟାଗଡ଼ରେ ୯, ରାଉରକେଲାରେ ୫ ଓ ସମ୍ବଲପୁରରେ ଗୋଟିଏ ମଦ ଦୋକାନ ଖୋଲିବ । ସେହିପରି ପୁରୀରେ ୩ଟି ଓ ଭୁବନେଶ୍ୱରରେ ଗୋଟିଏ ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ରହିଛି । ଏଗୁଡ଼ିକ ହେଉଛି ହୋଟେଲ ଓ ଲଜ୍ । ସେହିପରି କଟକରେ ଗୋଟିଏ ଓ ଢେଙ୍କାନାଳରେ ୨ଟି ମଦ କାରଖାନା ଖୋଲିବାର ବି ପ୍ରସ୍ତାବ ଅଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି ।